ବାଲେଶ୍ଵର,୨୪/୧୨(ଡି.ଏଚ/ନରେନ୍ଦ୍ର ବେହେରା ): — ଆଶା ବିକାଶ ପ୍ରକଳ୍ପ,ଚାଇଲ୍ଡ ଫଣ୍ଡ ଇଣ୍ଡିଆ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଲକୋଇର ଅଭିନବ କିଶୋରୀ ମେଳା ନିକଟସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରକଳ୍ପ ସଂଯୋଜକ ରଘୁନାଥ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାରା,ମୁଖ୍ୟ ବକ୍ତା ସରପଞ୍ଚ ମାନସ କୁମାର ନାୟକ,ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ ତଥା ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତି,ଚାରିଗଡ଼ ମହାବିଦ୍ୟାଳୟର କମ୍ପୁଟର ଅଧ୍ୟାପକ ଯୋଗେଶ ବେହେରା,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ ଯୋଗଦେଇ ଉଦବୋଧନ ମାଧ୍ୟମରେ ସାମ୍ପ୍ରତିକ କିଶୋରୀ ଶିକ୍ଷାର ଉନ୍ନତି,ସୁରକ୍ଷା ,ସଚେତନତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ତତ୍ପରେ କିଶୋରୀ ମାନଙ୍କ ଦ୍ୱାରା କିଶୋରୀ ମାନଙ୍କ ସମସ୍ୟା,ଆଜିର ଅନ୍ଧବିଶ୍ୱାସ,କୁସଂସ୍କାରରେ କିଶୋରୀଙ୍କ ଶିକାର ତଥା ସମାଧାନର ବାଟ ସମ୍ବଳିତ ବକ୍ତବ୍ୟ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବିଭିନ୍ନ କିଶୋରୀ ସଂଘଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଥିବାବେଳେ ଜଟ କିଶୋରୀ ସଂଘର ସଂଗୀତ ନୃତ୍ୟ ଓ ଡିମିରିଆ କିଶୋରୀ ସଂଘର ବାଲ୍ୟବିବାହ କ୍ଷୁଦ୍ର ନାଟକ ସଭିଙ୍କୁ ଆକର୍ଷିତ କରିଥିଲା । ପ୍ରକଳ୍ପର ଜୀବନ ଜୀବିକା ସଂଯୋଜକ ରବିନାରାୟଣ ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସଂଯୋଜକ ପ୍ରଣୟ ବିଶ୍ୱାଳ ବ୍ୟବସ୍ଥା ପରିଚାଳନା କରିଥିଲେ । ବିଭିନ୍ନ ସଂଘ ଦ୍ୱାରା ପ୍ରଦର୍ଶିତ କିଶୋରୀ ସଚେତକ ଶୈକ୍ଷିକ ତଥ୍ୟ ଅତିଥି ମାନଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯାଇ ପ୍ରଶଂସିତ ହୋଇଥିଲା । ସର୍ବଶେଷରେ ପ୍ରକଳ୍ପର କର୍ମକର୍ତ୍ତା ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।