ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ ପ୍ରତିଯୋଗିତା ଅନୁଷ୍ଠିତ

285
ADVERTISEMENT

ନୂଆପଡ଼ା,୨୩।୧୨:(ଡି.ଏଚ/ମନୋଜ କୁମାର ରଣା) : ରାଷ୍ଟ୍ରୀୟ କଳାମଞ୍ଚ ଓଡ଼ିଶା ପକ୍ଷରୁ ଜିଲ୍ଲା ସ୍ତରୀୟ ପତିଭା ସଂଗମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୂଆପଡ଼ା ପରିସରରେ ଏହା ଆୟୋଜିତ କରାଯାଇଥିଲା। ଯୁକ୍ତ ଦୁଇରୁ ଉର୍ଦ୍ଧ ଶେଣୀର ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ନାଚ, ଗୀତ,ଲୋକନୃତ୍ୟ,ଚିତ୍ରାଙ୍କନ,ରଙ୍ଗୋଲି,କବିତା,ଆବୁର୍ତ୍ତି,ନାଟକ,ଭଳି ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଏହି ମାସ ୨୬.୨୭ ଓ ୨୮ ତାରିଖରେ ମନ୍ଦିର ମାଳିନୀ ଭୁବନେଶ୍ୱର ନୀଳାଦ୍ରିବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗହଣ କରିବେ। ଆଜିର କାର୍ଯ୍ୟକ୍ରମରେ ବିଚାରକଭାବେ । ପ୍ରତାପ ସାହୁ , ହେମ କୁମାର ରଣା, ରାମେଶ୍ବର ଦାଶ୍, ସୁଭାଷି ପଣ୍ଡା, ଉର୍ମିଳା ବେହେରା , ପ୍ରଭୋଦ ହୋତା , ବିରଞ୍ଚି ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏଥିରେ ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସହସଂଯୋଜକ ମନୋଜ କୁମାର ରଣା ।ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ସହ ରାଜ୍ୟ ଏବଂ ଜାତୀୟସ୍ତରୀୟ ପହଞ୍ଚିଇବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ନୂଆପଡ଼ା ନଗର ସମ୍ପାଦକ ବିଭୁତି ମାଝୀ ରାଷ୍ଟ୍ରୀୟ କଳା ମଂଚ ପ୍ରମୁଖ ମିଲଚନ୍ଦ ରଣା ଏବଂ ପ୍ରମୁଖ କାର୍ଯ୍ୟକର୍ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ସୁମନ୍ତ ବେହେରା।, ମାନସ ପ୍ରଧାନ, ବିଷ୍ଣୁ ସାହୁ , ପ୍ରଦୀପ ଦଣ୍ଡସେନା , ଭବାନୀ ଦଣ୍ଡସେନା, ବଳରାମ, ପପୁନ, ତ୍ରିଲୋଚନ, ସୋନାଲି, ଦଳେଶ୍ୱରି, ବେଦମତି, ଅଭିନାସ , ଏବଂ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Advertisement