ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ପଞ୍ଚ ବିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

278
ADVERTISEMENT

ବାଲେଶ୍ଵର,୨୩।୧୨:(ଡି.ଏଚ /ନରେନ୍ଦ୍ର ପ୍ରସାଦବେହରା ) :ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ନିକଟସ୍ଥ ବାଣପୁର ସରସ୍ବତୀ ଶିଶୁ ଵିଦ୍ଯା ମନ୍ଦିରର ପଞ୍ଚବିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସବିତାରାଣୀ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଧରଣୀଧର ପାତ୍ର ଯୋଗ ଦେଇ ବକ୍ତବ୍ଯ ଦେଇଥିବା ବେଳେ ବ୍ଯାକରଣାଚର୍ଯ୍ଯ ବାଗୀଶ୍ଵରୀ ସଂସ୍କୃତ ମହାବିଦ୍ଯାଳୟ ଜଳେଶ୍ବରର ଅଧ୍ଯକ୍ଷ ବିବେକାନନ୍ଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । ସଂପାଦକ ସରୋଜ ଚନ୍ଦ୍ର ମହାନ୍ତି ମଞ୍ଚାସୀନ ଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଆଶୋକ ରଞ୍ଜନ ପଲାଇ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆରମ୍ଭରୁ ଶେଷ ପର୍ଯ୍ଯନ୍ତ ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ତଦାରଖ କରୁଥିବାରୁ ଶାନ୍ତିଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ପ୍ରତିବର୍ଷପରି ଏବର୍ଷ ମଧ୍ୟ ଅଭିଭାବକ ଓ ଅଭିଭାବିକାଙ୍କ ସମେତ ଆଖପାଖ ଅଞ୍ଚଳରୁ ବହୁ ଲୋକ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ନେଇଥିଲେ । ସର୍ବଶେଷରେ ପ୍ରଧାନ ଆଚାର୍ଯ୍ୟଙ୍କ ଏଭଳି ପ୍ରୟାସକୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ପରିଚାଳନା କରିଥିଲେ ।

Advertisement