ଭୁବନେଶ୍ବର, ୨୪/୬(ଡ଼ି ଏଚ ବି ): ଗତ ୩ ମାସ ହେଲା ଦରମା ଦିଆଯାଇନଥିବା ଅଭିଯୋଗ ରେ ଭୁବନେଶ୍ବର ‘ମୋ ବସ୍’ ଡିପୋ ସାମ୍ନାରେ ଧାରଣା ଦେଇଛନ୍ତି କଣ୍ଡକ୍ଟର । ଫଳରେ ଆଜି ରାଜଧାନୀର ବିଭିନ୍ନ ରୁଟ୍ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି । ଡିପୋରେ ଅଟକି ରହିଛି ସମସ୍ତ ମୋ ବସ୍ । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।