ବାଲେଶ୍ଵର,୨୦।୧୨(ଡି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ବର ଜିଲ୍ଲା ଖଇରା କଲେଜ ନିକଟସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଅନୁଷ୍ଠିତ ହୋଇଯାଇଛି। ଜେଆରସି କାଉନସିଲର କ୍ରୀଷ୍ନା ମୟୂରୀ ଲେଙ୍କାଙ୍କ ତତ୍ବାବଧାନରେ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ହାତରେ ପ୍ଲା କାର୍ଡ ଧରି ବଜାର ପରିକ୍ରମା କରିଥିଲେ । ପରେ ବିଦ୍ୟା ମନ୍ଦିରର ପରିଚାଳକ ଦିଲ୍ଲୀପ କୁମାର ଲେଙ୍କାଙ୍କ ସ୍ୱଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁଦର୍ଶନ ସେଠୀ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବାଲେଶ୍ଵର ଜିଲ୍ଲା ଜେଆରସି ଆର.ପି ନରୋତ୍ତମ ପୁଟି ଏବଂ ସମ୍ମାନୀତ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ବିଶ୍ବାଳ, କମିଟି ସଭ୍ୟ ବିକାଶ ଶଙ୍ଖୁଆ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରୀ ଭାଗ୍ୟଶ୍ରୀ ଲେଙ୍କା, ଆୟେସା ଲେଙ୍କା ଓ ଶୁଭଶ୍ରୀ ରଥଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି ଏକ ଦିବସିୟ କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିବା ବେଳେ ସମ୍ପାଦିକା କଳ୍ପନା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।