ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଉଦଯାପିତ

174
ADVERTISEMENT

ବାଲେଶ୍ବର ,୨୦।୧୨(ଡି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ନୂଆଗାଁବଡ଼ ଠାରେ ଥିବା ଏମ୍ ଏସ୍ ବାଳିକା ବିଦ୍ଯାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଉଦଯାପିତ ହୋଇଯାଇଛି । ଶିଶୁ ମେଳା ଅଭ୍ଯର୍ଥନା କମିଟିର ଅଧ୍ୟକ୍ଷ ପାର୍ବତୀ ମହାନ୍ତି ମଶାଲ ଧରି ଶିବ ମନ୍ଦିରରୁ ବିଦ୍ୟାଳୟକୁ ଆସିବାପରେ ବ୍ଲକ ସଭାପତି ଜଗବନ୍ଧୁ ଦାଶ ପତକା ଉତ୍ତୋଳନ କରି ଉଦଘାଟନ କରିଥିଲେ । ଦୀନବନ୍ଧୁ ଦାଶଙ୍କ ସଭାପତିତ୍ବରେ ଏହି ଉଦଘାଟନୀ ସଭାର ପ୍ରଥମ ଅଧିବେଶନରେ ସ୍ଥାନୀୟ ବିଧାୟକ ତଥା ଓଡିଶା ଭାଷା ସାହିତ୍ୟ, ପର୍ଯ୍ୟଟନ ଓ ସାଂସ୍କୃତିକ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ,ବିଇଓ ଧରଣୀଧର ପାତ୍ର ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ , ଉପାଧ୍ଯକ୍ଷ ଜୟନ୍ତ କୁମାର ରାଉତ,୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ଯା ଲୋପାମୁଦ୍ରା ଧର,ଜିଲ୍ଲା ଓଷ୍ଟା ସମ୍ପାଦକ ମନରଞ୍ଜନ ଦାଶ,ପୂର୍ବତନ ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ବେହେରା ଓ ପୂର୍ବତନ ବ୍ଲକ ସଭାପତି ମହେନ୍ଦ୍ର ପ୍ରସାଦ କବି ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ଯ ପ୍ରଦାନ କରିଥିଲେ । ବିଷ୍ଣୁ ପ୍ରସାଦ ମିଶ୍ର ମଞ୍ଚ ଆହ୍ବନ କରିଥିଲେ । ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ପରେ ସମ୍ପାଦକ ଷଡାନନ ପାଣିଗ୍ରାହୀ ଶିଶୁ ମେଳାର ସୂଚନା ପ୍ରଦାନ କରିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ବାଗତ ଭାଷଣ ଦେଇଥିଲେ । ଏଥିରେ ୩୮ଟି ବିଦ୍ଯାଳୟରୁ ୪୨୧ ଜଣ ଛାତ୍ରଛାତ୍ରୀ ତର୍କ,କଣ୍ଠସଙ୍ଗୀତ,ଚିତ୍ରାଙ୍କନ, କବିତା ଆବୃତ୍ତି,ଗଳ୍ପ ରଚନା,କବିତା ରଚନା,ଏକକ ଅଭିନୟ, ଏକକ ନୃତ୍ୟ, ସାଧାରଣଜ୍ଞାନ ଓ କୁଇଜରେ ଭାଗନେଇଥିଲେ । ସେହିପରି ୨ୟ ତଥା ଉଦଯାପନୀ ସଭାରେ ଦୀନବନ୍ଧୁ ଦାଶଙ୍କ ସଭାପତିତ୍ବରେ ବିଭିନ୍ନ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଥମ ଅଧିବେଶନ ସଭାରେ ଗୌରାଙ୍ଗ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଦେଇଥିବା ବେଳେ ଉଦଯାପନୀ ସଭା ଶେଷରେ ଅନୁଷ୍ଠାନର ପୂର୍ବତନ କର୍ମଚାରୀ ଅକ୍ଷୟ କୁମାର ବେହେରାଙ୍କ ଧନ୍ୟବାଦ ଅର୍ପଣପରେ ସଭା ସାଙ୍ଗ ହୋଇଥିଲା । ଏଥିରେ ସଙ୍ଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Advertisement