ସାରକୋଣା ହାଇସ୍କୁଲର ବାର୍ଷିକ ସାମ୍ବତ୍ସରିକ ଉତ୍ସବ

184
ADVERTISEMENT

ବାଲେଶ୍ବର,୨୦।୧୨(ଡି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା ) : ବାଲେଶ୍ବର ଜିଲ୍ଲା ଜିଲ୍ଲା ଖଇରା ବ୍ଲକ ସାରକୋଣା ହାଇସ୍କୁଲରେ ବାର୍ଷିକ ସାମ୍ବତ୍ସରିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଧରଣୀଧର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ସରପଞ୍ଚ ନିଳାଦ୍ରୀ ସାହୁ, ସମିତିସଭ୍ୟା ଅନୁରାଧା ଶଙ୍ଖୁଆ, ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ଦାସଙ୍କ ସମେତ ବିଦ୍ୟାଳୟର ପରିଚାଳନା କମିଟିର ସଦଶ୍ୟ ମାନେ ଉପସ୍ଥିତ ଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ହୋତା ମଞ୍ଚ ଆବାହନ କରିଥିବା ବେଳେ ଗୌରାଙ୍ଗ ପାଢ଼ୀ ବେଦ ପାଠ ଓ ଉପେନ୍ଦ୍ର କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସନ୍ଧ୍ୟାରେ ଶିକ୍ଷକ ପ୍ରମୋଦ କୁମାର ସୁତାର ଓ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ମହାପାତ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ଦାସ, ହରେକୃଷ୍ଣ ସ୍ୱାଇଁ, ଦିଲ୍ଲୀପ କୁମାର ମୋହାପାତ୍ର,ସନ୍ତୋଷ କୁମାର ସାହୁ, ଅଜୟ କୁମାର ନାୟକ ସମେତ ବିଦ୍ୟାଳୟର ପୁରାତନ ଛାତ୍ର ଉମେଶ କୁମାର ନାୟକ, ଗଣେଶ ସାହୁ,ରମେଶ ନାୟକ, ସତ୍ୟବ୍ରତ ସ୍ବାଇଁ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Advertisement