ଯୌତୁକ ପାଇଁ ବଧୂ ହତ୍ଯା ଉଦ୍ଯମ : ଜୀବନ ସହ ସଂଗ୍ରାମ କରୁଛି ଅନିତା

246
ADVERTISEMENT

ବାଲେଶ୍ବର ୧୭।୧୨(ଡି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା) : ଅଧିକ ଯୌତୁକ ଦାବି କରି ଝିଅକୁ ପୋଡି ମାରି ଦେବାର ଉଦ୍ଯମ ନେଇ ଅଭିଯୋଗ କଲେ ଝିଅର ମା’ ତୁଳସୀ ପରିଡା । ଘଟଣାରୁ ଯାହା ଜଣାପଡିଛି ଯେ ବାଲେଶ୍ବର ଜିଲ୍ଲା ଔପଦା ଥାନା ଅଧିନ କଳାଝାଟିଆ ଗ୍ରାମର ଜଗବନ୍ଧୁ ପରିଡ଼ା ଉକ୍ତ ଜିଲ୍ଲା ଖଇରା ଥାନା ଅଧିନ ସାଦିକପୁର ଗ୍ରାମର ସ୍ବର୍ଗତ ଭିମା ପରିଡାଙ୍କ ପୁଅ ଗୌରାଙ୍ଗ ପରିଡାଙ୍କ ସହିତ ଝିଅ ଅନିତାଙ୍କୁ ବିବାହ ଦେଇଥିଲେ । ବାବହ ସମୟରେ ବରପକ୍ଷର ଦାବି ମୁତାବକ ଯୌତୁକ ମଧ୍ୟ କନ୍ଯା ଘର ତରଫରୁ ଦିଆଯାଇଥିଲା । ବିବାଦର ୧ ମାସ ଭଲରେ କଟିବା ପରେ ହଠାତ୍ ସପରିବାର ମିଳିମିଶି ଅଧିକ ଯୌତୁକ ଦାବିକରି ଅନିତା ଉପରେ ଶାରୀରିକ ଓ ମାନସିକ ଅତ୍ଯାଚାର ଆରମ୍ଭ କରିଦେଇଥିଲେ । ଏଥିରେ କନ୍ଯାଘର ତରଫରୁ ଭଦ୍ରଲୋକ ମଧ୍ଯମରେ ମଧ୍ଯ ସମାଧାନ ଅନେକ ଥର ହୋଇଥିଲା । ତଥାପି ଅନିତାର ଶ୍ବଶୁର ଘର ଲୋକଙ୍କ ମନମାନି ନଥିଲା । ଆଜି ସକାଳେ ହଠାତ୍ ଅନିତା ତା’ର ମା’ କୁ ଫୋନକରି ଜଣାଇଥିଲା ଶୀଘ୍ର ନେଇଯାଅ , ଏଠାରେ ଶାଶୁ ଓ ଦିଅର ଏକଜୁଟ ହୋଇ ମୋତେ ଜୀବନରେ ମାରି ଦେବାପାଇଁ ଷଡଯନ୍ତ୍ର କରୁଛନ୍ତି । ଏହାର ଠିକ୍ ଅଧଘଣ୍ଟା ପରେ ଝିଅର ଖୁଡିଶାଶୁ ଫୋନକରି ଅନିତାର ମା’ଙ୍କୁ ଜଣାଇଲି ଯେ ତୁମ ଝିଅ ପୋଡିଯାଇଛି । ଖବରପାଇ ଝିଅ ଘର ତରଫରୁ କିଛି ଗ୍ରାମବାସୀଙ୍କୁ ନେଇ ସାଦିକପୁରରେ ପହଞ୍ଚି ଦେଖିବାକୁ ପାଇଲୁ ଝିଅ ପୋଡିଯାଇ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ଅଧିକ ଯୌତୁକ ଦାବିକରି ଜ୍ବାଇଁ ଗୌରାଙ୍ଗ ପରିଡା, ଶାଶୁ ଅନ୍ନପୂର୍ଣ୍ଣା ପରିଡା ଓ ଦିଅର ପପୁନି ପରିଡା ମୋ ଝିଅକୁ ପୋଡି ମାରିଦେବାର ଉଦ୍ଯମ କରିଥିବା ନେଇ ଝିଅର ମା’ ତୁଳସୀ ପରିଡା ଆଜି ଖଇରା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଅନିତା ଏବେ କଟକ ମେଡିକାଲରେ ଜୀବନ ସହିତ ସଂଗ୍ରାମ କରୁଛି ।

Advertisement