ମିଥ୍ଯା ଅଭିଯୋଗକୁ ଖଣ୍ଡନକଲେ ଗ୍ରାମବାସୀ

242
ADVERTISEMENT

ବାଲେଶ୍ବର,୧୪/୧୨(ଡି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ରପେୟା ପଞ୍ଚାୟତ ରପେୟାଠାରେ ଖୋଲା ଯାଇଥିବା ଜନସେବା କେନ୍ଦ୍ରର ପରିଚାଳକ ଲମ୍ବୋଦର ପଣ୍ଡାଙ୍କ ନାମରେ ଆସିଥିବା ଅଭିଯୋଗକୁ ଗ୍ରାମବାସୀମାନେ ଖଣ୍ଡନ କରିଛନ୍ତି । ପ୍ରକାଶ ଥାଉକି ଗତ କିଛି ଦିନ ତଳେ ନାରାୟଣପୁର ଗ୍ରାମର ଜଣେ ବ୍ୟକ୍ତି ଲିଗାଲ ହିୟର ସାର୍ଟିପିକେଟ ପାଇଁ ଜନସେବା କେନ୍ଦ୍ରକୁ ଯାଇଥିଲେ । ଏଥିପାଇଁ ୧୪ ଶହରୁ ୧୨ଶହ ଟଙ୍କା ତାଙ୍କଠାରୁ ଶ୍ରୀ ପଣ୍ଡା ଦାବି କରିଥିବାର ଜନୈକ ବ୍ୟକ୍ତି ଜଣକ କାର୍ଯ୍ଯରତ ଗଣମାଧ୍ୟମ ପ୍ରତିନିମାନଙ୍କ ଆଗରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ଗଣମାଧ୍ୟମର ପ୍ରତିନିଧିମାନେ ଗ୍ରାମବାସୀଙ୍କ ପାଖରେ ପହଞ୍ଚିଲା ପରେ ଗ୍ରାମବାସୀମାନେ ମିଳିମିଶି ଏକ ବୈଠକ କରି ଏପ୍ରକାର ଅଭିଯୋଗକୁ ଖଣ୍ଡନ କରିବା ସହିତ ଜନସେବା କେନ୍ଦ୍ର ଦ୍ଵାରା ବିଭିନ୍ନ ପ୍ରକାର ସହାୟତା ପାଇବା ସହିତ ଉପକୃତ ହେଉଛନ୍ତି ବୋଲି ସମସ୍ତ ଏକତ୍ରିତ ଗ୍ରାମବାସୀମାନେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଆଗରେ ପ୍ରକାଶ କରିଥିଲେ । ଆହୁରି ମଧ୍ଯ କହିଥିଲେ ଯେ ଆମ୍ଭମାନଙ୍କ ଉତ୍ତମ ସେବା ପ୍ରାପ୍ତକୁ ଭଣ୍ଡୁର କରିବା ପାଇଁ କେହି ଏପରି ଯୋଜନା ହୁଏତ କରିଥାଇପାରେ ,ହେଲେ ଆମ୍ଭେମାନେ ସର୍ବଦା ଉତ୍ତମ ସେବା ପାଇପାରୁଛୁ । ତେଣୁ ଏପ୍ରକାର ଅଭିଯୋଗର କୌଣସି ସତ୍ଯତା ନ ଥିବାରୁ ଆମ୍ଭେମାନେ ଏହାକୁ ତିବ୍ର ସମାଲୋଚନା କରିବା ସହିତ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରୁଛୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ।

Advertisement