ସରସ୍ୱତୀ ଶିଶୁ-ବିଦ୍ୟା ମନ୍ଦିର ପରିସରରେ କନ୍ଯା ଶିବିର ଅନୁଷ୍ଠିତ

407
ADVERTISEMENT

ବାଲେଶ୍ବର,୧୦/୧୨,(ଡି.ଏଚ/ ନରେନ୍ଦ୍ର ପ୍ରସାଦ ବେହେରା) : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତେଲକୋଇ ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦିଵସ ବ୍ୟାପି କନ୍ୟା ଶିବିର ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓଡ଼ିଶାର ମହନୀୟ ସଂସ୍କୃତିକୁ ଉଜ୍ଜୀବିତ ଓ ପ୍ରଗତିଶୀଳ କରିବା ଉଦ୍ଦେଶ୍ୟରେ ମୁରୁଜ ପକା,ଝୋଟି ଚିତା,ଫୁଲହାର ସଜ୍ଜା କରାଯାଇଥିଲା । ପାରମ୍ପରିକ ରଜଗୀତ, ଭାଗବତ ପଠନ,କୁମାର ପୂର୍ଣ୍ଣିମା ଗୀତ ଗାନ, ମାଣବସା ଗୁରୁବାର ଲକ୍ଷ୍ମୀ ପୁରାଣ ପାଠ,କରମା ନୃତ୍ୟ ପ୍ରଦର୍ଶନ,ଓଡ଼ିଆ ବୋହୁ ବେଶ,ଝିଅ ବିଦା କାନ୍ଦଣା, ଓଡ଼ିଆ ଘର ଖାଦ୍ୟ ପ୍ରଦର୍ଶନ,ଓଡ଼ିଆ ଗୃହ ଶୟନ କକ୍ଷ ପ୍ରଦର୍ଶନ କରାଯାଇଥିଲା । ତତ୍ପରେ ପରିଚାଳନା ସମିତି ସଭାପତି ହଟ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଧର୍ମିଳା ଦାସ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଶିକ୍ଷାବିତ୍ ସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତି ଓ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ମିନାକ୍ଷୀ ଦେହୁରୀ,ଶିକ୍ଷାବିତ ଚିତ୍ତରଞ୍ଜନ ପଟ୍ଟନାୟକ,ଶିକ୍ଷାବିତ ଅକ୍ଷୟ କୁମାର ବାରିକ,କଳା ଶିକ୍ଷକ ଶିବ ପ୍ରସାଦ ସାହୁ ଯୋଗଦେଇ କନ୍ୟାରତ୍ନ ମହାରତ୍ନ,ନାରୀ ସୁରକ୍ଷା,ସଂସ୍କୃତିର ପ୍ରଗତିରେ କନ୍ୟାଙ୍କର ଭୂମିକା ଓ ସଂସ୍କୃତି ପରମ୍ପରାର ଅବକ୍ଷୟ ରୋଧ ପ୍ରତି ଆମର ଭୂମିକା ଆଦି ଆଲୋକପାତ କରିଥିଲେ ।ପରିଶେଷରେ ମୋଟ ୩୦ଜଣ ଶିଶୁଙ୍କୁ ଅତିଥିମାନଙ୍କ ଦ୍ୱାରା ଏ ପାରମ୍ପରିକ ପ୍ରତିଯୋଗୀତାରେ ସଫଳତା ପାଇଁ ଓ ୪୫ ଜଣ ଅଂଶ ଗ୍ରହଣକାରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ଅଶୀରୁ ଉର୍ଦ୍ଧ୍ଵ ମାଆ ଉପସ୍ଥିତ ଓ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ଉପଭୋଗ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ଆଚାର୍ଯ୍ୟ ମୋହନ ଚରଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ତରଫରୁ ଡାକରାପାଇ ବାଲେଶ୍ବର ସାମ୍ବାଦିକ ତଥା ସୁସାହତ୍ଯିକ ନରେନ୍ଦ୍ର ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ ।

Advertisement