ବାଲେଶ୍ବର,୫।୧୨:(ଡି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ବର ଜିଲ୍ଲା ଖଇରା ଥାନା ନିକଟ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଛପଟ ଡ୍ରେନରେ ଏକ ମୃତ ନବଜାତ ଶିଶୁ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା । ଏକଥା ବିଦ୍ଯୁତ୍ ବେଗରେ ଖେଳିଯିବା ପରେ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ ଲାଗିଥିଲା । ମୃତ ନବଜାତ ଶିଶୁଟି କାହାର ବୋଲି ଜଣାପଡି ନାହିଁ କିମ୍ବା ଡାକ୍ତରଖାନା ତରଫରୁ କୌଣସି ସୂଚନା ମିଳିପାରୁ ନାହିଁ । ତେବେ ନବଜାତ ଶିଶୁଟି ପୁଅ ବୋଲି ଜଣାପଡ଼ିଛି । ଏବିଷୟରେ ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ପୋଲିସ ସୁତ୍ରରୁ ଖବର ମିଳିଛି ।