ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

453
ADVERTISEMENT

ବାଲେଶ୍ବର,୩।୧୨:(ଡି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରୀ ନିକଟସ୍ଥ ବରପଦାଠାରେ ଥିବା ଶାନ୍ତିଲତା ଉନ୍ନତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର ପତକା ହଲାଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ଦୁଇଟି ଅଧିବେଶନରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ପ୍ରଥମ ଅଧିବେଶନରେ ବିଇଓ ଧରଣୀଧର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଚେୟାରମ୍ୟାନ ଅଭିଲିପ୍ସା ସାହୁ,ବକ୍ତାଭାବେ କୃଷ୍ଣ ମୋହନ ସାହୁ,ସରପଞ୍ଚ ବିଷ୍ଣୁପଦ ଘଡାଇ,ବିଦ୍ଯାଳୟ ପ୍ରଧାନ ଶିକ୍ଷକ ଲୋକନାଥ ପଣ୍ଡା,ବିଆରସିସି ସୁଦର୍ଶନ ରାଉତ,ଏବିଇଓ ଶ୍ରୀଧର ବେହେରା, ଗୋଲକ ବିହାରୀ ପାଢୀ ଓ ବିଭିନ୍ନ ସଙ୍ଗଠନର ସଭାପତି, ପୂର୍ବତନ ବିଆରସିସି ବାସୁଦେବ ରାଉତ,ଭରତ ଚନ୍ଦ୍ର ଦାସ,ତପନ କୁମାର ତ୍ରିପାଠୀ ଓ ଜୟନ୍ତ କୁମାର ପଣ୍ଡା ଓ ଭାଇସ୍ ଚେୟାରମ୍ଯାନ ଜୟନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଆରମ୍ଭରେ ସାରୁଗାଁ ଉଚ୍ଚ ବିଦ୍ଯାଳୟର ପିଅନ ଭାସ୍କର ଚନ୍ଦ୍ର ଲେଙ୍କାଙ୍କ ଆକାଳ ବିୟୋଗ ପାଇଁ ୨ମିନିଟ ନୀରବ ପ୍ରାର୍ଥନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିପରି ୨ୟ ଅଧିବେଶନରେ ବିଆରସିସି ସୁଦର୍ଶନ ରାଉତଙ୍କ ସଭାପତିତ୍ୱରେ ଵିଭିନ୍ନ ଅତିଥିମାନେ ମଞ୍ଚାସୀନ ହୋଇଥିଲେ । ଉଭୟ ଅଧିବେଶନରେ ଅନୁଷ୍ଠିତ ସଭାରେ ମଞ୍ଚାସୀନ ଅତିଥିମାନେ ବିଜ୍ଞାନ ସମ୍ବନ୍ଧୀୟ ବକ୍ତବ୍ୟମାନ ପ୍ରଦାନ କରିଥିଲେ । ତନୁଜାରାଣୀ ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିଥିଲେ । ଏହି ମେଳାରେ ସିନିୟର ଗୃପର ୪୦ ଟି,ଜୁନିୟର ଗୃପର ୬୦ ଟି ଓ ସବ-ଜୁନିୟର ଗୃପର ୨୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ମେଳାରେ କୁନିକୁନି ବୈଜ୍ଞାନିକମାନେ ସେମାନଙ୍କର ନିଜନିଜର ବୈଜ୍ଞାନିକ କଳାକୁ ପ୍ରକଳ୍ପ ମାଧ୍ଯମରେ ପ୍ରଦର୍ଶିତ କରିଥିଲେ । ଏଥିରେ ଯୋଗ୍ଯବିବେଚିତଙ୍କୁ ଆସନ୍ତା ତା ୧୦/୧୨/୧୯ ରିଖରେ ରେମୁଣା ବାଳିକା ଉଚ୍ଚ ବିଦ୍ଯାଳୟରେ ହେଵାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ଯିବାପାଇଁ କୁହାଯାଇଛି । ଦିବସବ୍ଯାପୀ କାର୍ଯ୍ୟକ୍ରମକୁ ବିଇଓ ଅଫିସ୍ ଷ୍ଟାଫ୍ ମନୋଜ ମହାପାତ୍ରଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ସିଆରସିସି ଓ ବିଭିନ୍ନ ସଙ୍ଗଠନର ସଭାପତି, ସଂଯୋଜକ ଓ ସହ-ସଂ ଯୋଜକମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Advertisement