ମାଓ ବାଦୀଙ୍କ ସହିଦ ସପ୍ତାହ : ୩ ଜିଲ୍ଲାରେ ସରକାରୀ ବସ ଚଳା ଚଳ ବନ୍ଦ

913
ADVERTISEMENT

ଜୟପୁର,୩।୧୨(ଡି.ଏଚ/ଦୟାନିଧି ପଟନାୟକ ) : ୨ତାରିଖ ଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଆରମ୍ଭ ହୋଇଯାଇଛି । ଏହାର ପ୍ରଭାବରେ ଆଜି ଜୟପୁର ଠାରୁ ଚାରି ଜିଲ୍ଲାକୁ ଯାଉଥିବା ଅନେକ ସରକାରୀ ବସ ଚଳାଚଳ ବନ୍ଦ କରାଯାଇଛି। ଯାହା ଫଳରେ ଜୟପୁର ମାଲକାନଗିରି, ଜୟପୁର ଠାରୁ ରାୟଗଡା,ଏବଂ କୋରାପୁଟ ଜିଲ୍ଲା ଯାଉଥିବା ସମସ୍ତ ସରକାରୀ ବସ ୨ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଚଳାଚଳ ବନ୍ଦ କରାଯାଇ ଥିବା ମାଓ ପ୍ରବଣ ଅଞ୍ଚଳରେ ୧୪ ଟି ରୁଟରେ ଯାଉଥିବା ୨୨ଟି ବସ ଚଳା ଚଳ ବନ୍ଦ ରହିଛି ବୋଲି ଜୟପୁର ଷ୍ଟେସନ ମଷ୍ଟେର କହିଛନ୍ତି l ଆଉ ଯାତ୍ରୀଙ୍କ ସୁବିଧା ଦୃଷ୍ଟି କୋଣରୁ ବସ ଚଳା ଚଳକୁ ବନ୍ଦ କରାଯାଇ ଥିବା ସୂଚନା ଦିଆଯାଇଛି । ଅନ୍ୟ ପଟେ ଜୟପୁର ବସଷ୍ଟେଣ୍ଡରେ ଅଟକି ରହିଛି ସମସ୍ତ ବସ।

Advertisement