ନୂଆପଡ଼ା,୨।୧୨,(ଡି.ଏଚ/ମନୋଜ କୁମାର ରଣା।) : ଆଜି ହେଉଛି କୁମ୍ଭକାର ସମାଜ ମହୁଆଭଟା କୁରାଳ ପଞ୍ଚମୀ ପୂଜା ମହୋତ୍ସବର ଭସାଣି ବା ବିସର୍ଜନ ଦିନ । ଆଜକୁ ପ୍ରାୟ ୩୦ ବର୍ଷ ରୁ ଉର୍ଦ୍ଧ ମାର୍ଗଶୀର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଲକ୍ଷ୍ମୀନାରାୟଣ, ରୁଦ୍ରପାଲ ରତ୍ନେଶ୍ଵରୀଙ୍କ ପୂଜା କୁରାଲ ପଞ୍ଚମୀ ପାଳିତ କରିଆସୁଛନ୍ତି ।ଏହି ପୂଜା ନଭେମ୍ବର ୩୦ ତାରିଖ ଶନିବାର ସନ୍ଧ୍ୟା ୪:୩୦ ରେ ଗ୍ରାମର ନିକଟସ୍ଥ ଦରଲିବ଼ନ୍ଧ ଠାରୁ କଳସ ଯାତ୍ରା ଅଧିବାସ ହୋଇଥିବା ବେଳେ ରାତ୍ରୀ ୮ଘ଼ ରେ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରକାରର ନାଚ ଗୀତ ପରିବେଷଣ କରାଯାଇଥିଲା ଏବଂ ଡିସେମ୍ବର ୧ ତାରିଖ ଦିନ ସକାଳେ କୁମ୍ଭାର ସମାଜର ପତାକା ଉତ୍ତୋଳନ କରି ଘର ଘର ବୁଲି ପୂଜା କରିଥିଲେ । ୮ଘ଼ ମଧ୍ୟରେ ପୁରାଣ ପାଠ ଆରମ୍ଭ କରାଯାଇ ୧ ଟା ସମୟ ରେ ପ୍ରସାଦ ସେବନ କରି ସନ୍ଧ୍ୟା ୫ଘ଼ ରେ ପୁର୍ଣ୍ଣହୁତି ଦେଇ ରାତ୍ରୀରେ ଆକର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରୀୟା ଚଣ୍ଡାଳୁଣୀର ଲକ୍ଷ୍ମୀ ପୂଜା ହୋଇଥିଲା ।ଏହି କୁରାଳ ପଞ୍ଚମୀ ପୂଜା କମିଟିର ସଭାପତି ହେଉଛନ୍ତି ନୂଆପଡ଼ା କୁମ୍ଭାର ସମାଜର ଯୁବ ସଭାପତି ବିଶ୍ଵନାଥ ରଣା , ସମ୍ପାଦକ- ସାଗର ରଣା, ଜନାର୍ଦ୍ଦନ ରଣା ଏବଂ ଅନ୍ୟତମ ଭାବେ ଇନ୍ଦଲ ରଣା, ଚକ୍ରଧର ରଣା,ଘୂନେଶ୍ଵର ରଣା, ବାସୁଦେବ ରଣା, ଭଗବାନ ରଣା, ପରମାନନ୍ଦ ରଣା ଓ ରୋହିତ ରଣା ପ୍ରମୁଖ ଥିବା ବେଳେ ପୂଜାରେ କର୍ତ୍ତା ବସିଥିଲେ ବ୍ରଜବନ୍ଧୁ ରଣା ଓ ଟେଙ୍ଗୀନ ରଣା ପୂଜକ ଥିଲେ ତ୍ରିବିକ୍ରମ ରଣା ଓ ଅକ୍ଷୟ ରଣା । ଏବଂ ଆଜି ସକାଳ ୧୦ ଟାରେ ଭସାଣି କରିଥିଲେ ।