ନୂଆପଡ଼ା,୧ା୧୨(ଡି.ଏଚ/ମନୋଜ କୁମାର ରଣା): ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାଡ ନଂ ୧୩/୧୪ ମହୁଆଭଟା ଗାଁ ହେଉଛି କୁମ୍ଭାର ମାନଙ୍କ ବଡ଼ ବସ୍ତି କୁମ୍ଭାର ମାନଙ୍କ ଗଡ଼ ଏହି ଗାଁରେ ଶତ ପ୍ରତିଶତରୁ ନବେ ପ୍ରତିଶତ ହେଉଛନ୍ତି ଖାଲି କୁମ୍ଭାର ପରିବାରର ଲୋକେ ଓ ତାଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ବିଷ୍ଣୁ ଓ ଏହି କୁମ୍ଭକାର ମାନଙ୍କ ଚକ ଯାହା ସାହାଯ୍ୟରେ ମାଟିର ବିଭିନ୍ନ ପ୍ରକାରର ପାତ୍ର ବନେଇଥାନ୍ତି । ଆଜି ହେଉଛି ସେହି ଭଗବାନଙ୍କ ପୂଜା ବା କୁମ୍ଭକାର ସମାଜର କୁରାଳ ପଞ୍ଚମୀ ପୂଜା ମହୋତ୍ସବ ଯାହା ଗତକାଲି ତା ୩୦-ନଭେମ୍ବର ସମୟ ସନ୍ଧ୍ୟା ୪ ଟାରୁ ଆରମ୍ଭ ହେଇଯାଇଛି । କାଲି ସନ୍ଧ୍ୟା ୪:୩୦ ସୁଧା କଳସ ଯାତ୍ରା ପାଇଁ କୁମ୍ଭାର ମାନଙ୍କ ଘରୁ ଜଣେ ଲେଖାଏଁ ମହିଳା/ଝିଅପିଲା ବାହାରି ଗୋଟେ ପୋଖରୀରୁ ପାଣି ବୁଡ଼େଇ ନିଜ ମୁଣ୍ଡ ଉପରେ କଳସୀକୁ ଧରି ଗାଁ ର ପରିକ୍ରମା କରି ପରେ ମଣ୍ଡପ ପାଖରେ କଳସୀକୁ ପୂଜା କରି ସମସ୍ତେ କଳସକୁ ନିଜ ନିଜ ଘରକୁ ନେଇଯାଇ ନିଜ ଘରର ପ୍ରବେଶ ଦ୍ଵାରରେ ରଙ୍ଗୋଲି କାଟି ତା ଉପରେ ସ୍ଥାପନ କରିଥିଲେ ଏବଂ ରାତି ୮ ଟାରୁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଆଜି ହେଉଛି ୧ ଡିସେମ୍ବର କୁରାଳ ପଞ୍ଚମୀ ପୂଜା ମହୋତ୍ସବର ଦ୍ଵିତୀୟ ଦିନ ଆଜିର ଦିନରେ ଗାଁ ର କାହାରି ଘରେ ରୋଷେଇ ହେବନାହିଁ କି ପୂଜା ର କାମ ବ୍ୟତିତ ଅନ୍ୟ କୌଣସି କାମ କରିବେ ନାହିଁ ।ଏହି ଦିନରେ ପୁରା ଦିନ ଗାଁ ର ସମସ୍ତେ ନାଚ ଗିତ କିର୍ତ୍ତନ କରି ଗୋଟିଏ ଯାଗାରେ ବସି ଭୋଜନ କରିବେ ଓ ଅନ୍ୟ ଗାଁ ରୁ ଏହି କୁରାଳ ପଞ୍ଚମୀ ପୂଜା ମହୋତ୍ସବ ଦେଖି ଆସିଥିବା ବନ୍ଧୁ ବା ଅତିଥି ମାନଙ୍କୁ ମଧ୍ୟ ଭୋଜନ କରେଇବାପାଇ ସମସ୍ତ ବ୍ୟବସ୍ଥା କରାଯାଇଛି ସେହି ଗୋଟିଏ ଯାଗାରେ । ଏଥିରେ ଦୁଇ ଦିନ ଧରି ପୂଜାରେ କର୍ତ୍ତା ବସିଛନ୍ତି ବ୍ରଜବନ୍ଧୁ ରଣା ଓ ଟେଙ୍କନୀ ବାଇ ରଣା ଓ ପୂଜକ ଅଛନ୍ତି ତ୍ରୀବିକ୍ରମ ଦାସ ଓ ଅକ୍ଷୟ ରଥ ।