କୋରାପୁଟ,୨୯/୧୧(ଡି.ଏଚ/ଦୟାନିଧି ପଟନାୟକ ) : ପୋଲିସ ଲାଞ୍ଚନେଲା ବେଳେ ଭିଜିଲାନ୍ସ ଜାଲରେ, ଏଭଳିଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ରେ। ଥାନା ASI ଶରତ କୁମାର ସାହୁ୭000 ଟଙ୍କା ଲାଞ୍ଚ ନେଲାବେଳେ ଟ୍ରାପ କରିଥିଲା ଜୟପୁର ଭିଜିଲାନ୍ସ ଟିମ । ସ୍ଥାନୀୟ ବେଲମା ସାହିର ପ୍ରଶାନ୍ତ ବିଶ୍ୱାଳ ନିଜ ଜମି ଡିମାର୍କେସନ ପାଇଁ ତହସିଲରେ ଆବେଦନ କରିବା ସହିତ ପୋଲିସ ଉପସ୍ଥିତ ପାଇଁ ନିବେଦନ କରିଥିଲେ । କିନ୍ତୁ ଏଥିପାଇଁ ASI ୭000 ଟଙ୍କା ଦାବି କରିଥିଲେ । ଭିଜିଲାନ୍ସ ଏହି ଟଙ୍କାକୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ଭିଜିଲାନ୍ସ ଟିମ କୋଟପାଡ଼ ଥାନା ତଦନ୍ତ କରିବା ବେଳେ ସେଠାରେ ଥିବା 3ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ ହୋଇଥିବା ବେଳେ ASIଙ୍କ ଦାମନଯୋଡି ସ୍ଥିତ ଘର ଓ ମାର୍ଶାଘାଇ ସ୍ଥିତ ପୈତୃକ ବାସ ଭବନରେ ଚଢ଼ାଉ ଜାରି ରହିଥିବା SP କହିଛନ୍ତି ।