ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ

252
ADVERTISEMENT

ଭୁବନେଶ୍ୱର,୩୦।୧୧(ଡି.ଏଚ) : ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା । ଗତ କିଛିଦିନ ଧରି ସାମ୍ବାଦିକ ମିଳିତ ବିଭିନ୍ନ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଭେଟି ଏ ଦିଗରେ ଆଇନ୍ ପ୍ରଣୟନ କରିବାକୁ ନିବେଦନ କରାଯାଇଥିଲା । ଆଜି ଏ ନେଇ ସାମ୍ବାଦିକମାନେ ରାଜ୍ୟ ସରକାରଙ୍କ ଗଣମାଧ୍ୟମର ଓ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ଶ୍ରୀଯୁକ୍ତ ମାନସ ମଙ୍ଗରାଜଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ପରେ ଶ୍ରୀଯୁକ୍ତ ମଙ୍ଗରାଜ କହିଥିଲେ ଯେ, ସାମ୍ବାଦିକମାନଙ୍କ ପାଇଁ ମୁଁ ଅଛି । ମୁଁ ସାମ୍ବାଦିକମାନଙ୍କ ଦୁଃଖ ଓ କଷ୍ଟକୁ ମୁଁ ଅନୁଭବ କରିପାରିଛି । ତେଣୁ ସାମ୍ବାଦିକମାନଙ୍କ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବା ପାଇଁ ମୁଁ ସରକାରଙ୍କ ନିକଟରେ ମୋର ପ୍ରୟାସ ଜାରି ରଖିବି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସାମ୍ବାଦକମାନଙ୍କ ସୁରକ୍ଷା, ପେନ୍ସନ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ସଚେତନ ବୋଲି ଶ୍ରୀ ମଙ୍ଗରାଜ ସାମ୍ବାଦିକମାନଙ୍କୁ କହିଥିଲେ । ଏ ନେଇ ପାୟତ ମନ୍ତ୍ରୀ ଅରୁଣ ସାହୁ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ମିଶ୍ର ଏବଂ ଲେନିନ୍ ମହାନ୍ତି ପ୍ରମୁଖଙ୍କୁ ମଧ୍ୟ ଭେଟି ଆଲୋଚନା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ, ଲିଙ୍ଗରାଜ ସାହୁ, ରାମଚଣ୍ଡୀ ରଣସିଂହ, ଆଲ୍ଫା ରାୟ, ସନ୍ତୋଷ କୁମାର ପଣ୍ଡା, ଅରୁଣ କୁମାର ସାହୁ, ନୃସିଂହ ମହାପାତ୍ର, ଦେବାଶିଷ ପାତ୍ର, ଅଶୋକ କୁମାର ମହାନ୍ତି, ବିଜୟ ଜଗତି, ଦେବବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Advertisement