କେନ୍ଦ୍ରାପଡା,୨୮ା୧୧(ଡି.ଏଚ) : ଆସନ୍ତା ଡିସେମ୍ବର ୮ ତାରିଖରେ ଐତିହାସିକ ବରୁଣେଇ ପାହାଡ଼ ପାଦଦେଶରେ ଅନୁଷ୍ଠିତ ହେବ ପାଇକ ସ୍ମାରକୀ ଭୂମିପୂଜନ ଉତ୍ସବ । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପ୍ରସ୍ତୁତି କାର୍ଯ୍ୟ ଚାଲିଛି।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆସନ୍ତା ୧ରୁ ୮ ତାରିଖ ପର୍ଯ୍ୟନ୍ତ ବରୁଣେଇରେ ପର୍ଯ୍ୟଟକଙ୍କ ବଣଭୋଜି ଉପରେ ଜିଲ୍ଲାପାଳ ରୋକ ଲଗାଇଛନ୍ତି। ଭୂମିପୂଜା ଅବସରରେ ରାଷ୍ଟ୍ରପତି ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ଥିବାରୁ ଦର୍ଶକ ଗ୍ୟାଲେରୀରେ ୪ ହଜାର ଲୋକଙ୍କ ବସିବା ପାଇଁ ବନ୍ଦୋବସ୍ତ କରାଯାଇଛି।
Home କେନ୍ଦ୍ରାପଡ଼ା ଆସନ୍ତା ଡିସେମ୍ବର ୮ ତାରିଖରେ ଐତିହାସିକ ବରୁଣେଇ ପାହାଡ଼ ପାଦଦେଶରେ ଅନୁଷ୍ଠିତ ହେବ ପାଇକ ସ୍ମାରକୀ...