ନୂଆପଡ଼ା,୨୭।୧୧(ଡି.ଏଚ/ମନୋଜ କୁମାର ରଣା) : ଆଜି ତା.୨୬ ନଭେମ୍ବର ୨୦୧୯ ନ୍ୟାସନାଲ କଲେଜ ନୂଆପଡ଼ା ରେ National service scheme (NSS) ଆଉ Youth red Cross red (YRC) ତରଫରୁ ସମ୍ବିଧାନ ଦିବସ ପାଳନ କରାଯାଇଛି । ସମ୍ବିଧାନ ଦିବସରେ” ସମ୍ବିଧାନ ପ୍ରଣେତା ‘ପରମ ପୂଜ୍ୟନିୟ, ଡ଼ଃ: ଭିମରାଓ ଆମ୍ବେଦକରଙ୍କୁ ସତ ସତ ନମ୍ଃନ କରି ୨ ମିନିଟ ଦେଶର ମହାପୁରୁଷ ମାନଙ୍କୁ ସ୍ମରଣ କରି ସମସ୍ତ ଛାତ୍ରଛାତ୍ରୀ ଓ କଲେଜ ର ଅଧ୍ୟକ୍ଷ, ଅଧ୍ୟାପିକା, ଅଧ୍ୟାପକ ମାନେ ନିରବ ପ୍ରାର୍ଥନା କରିଥିଲେ ।ଏହି ଅବସରରେ ଯୋଗ ଦେଇଥିବା କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମରେନ୍ଦ୍ର ନାରାୟଣ ଦାସ ମହୋଦୟ ଛାତ୍ର ଛାତ୍ରୀ ମାନଙ୍କୁ ସ୍ମରଣ କରେଇ ଥିଲେ ଯେ- ‘ଆମ୍ଭେ ଭାରତ ବାସୀ ଦୃଢ଼-ସଂକଳ୍ପବଦ୍ଧ ହୋଇ ଭାରତକୁ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ହିସାବରେ ଗଠନ କରିବାକୁ ଓ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟବିଚାର, ଚିନ୍ତା, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମଉପାସନାର ସ୍ୱାଧୀନତା, ପ୍ରତିଷ୍ଠା ଓ ସୁଯୋଗର ସମତା ଏବଂ ସେମାନଙ୍କ ମଧ୍ୟରେ ଭାତୃତ୍ୱର ବିକାଶ କରାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିର ମର୍ଯ୍ୟାଦା ଓ ଜାତିର ଐକ୍ୟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇ “ଆମରି ଶାସନ ବିଧାୟକ ସଭାରେ, ୧୯୪୯ ମସିହା ନଭେମ୍ବର ମାସର ଆଦ୍ୟ ୨୬ ତାରିଖ ଦିନ, ଏହି ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମାର୍ପିତ କରୁଛୁ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ତଥା ମୁଖ୍ୟବକ୍ତା ତଥା ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ଦାସ ସମ୍ବିଧାନର ଆରମ୍ଭ ଠାରୁ ଶେଷ ପର୍ଯ୍ୟାୟର ସମସ୍ତ ଘଟଣା ଗୁଡ଼ିକ ନିଜର ବକ୍ତବ୍ୟରେ କହିଥିଲେ । ସେହିପରି ହିନ୍ଦି ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ ନାୟକ ସମ୍ବିଧାନର ମୁଖବନ୍ଧ ପାଠ କରେଇ ଥିଲେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପିକା,ଅଧ୍ୟାପକ ମାନଙ୍କୁ ଓ କଲେଜ ଅଧ୍ୟକ୍ଷଙ୍କୁ।ଏହି ଦିବସରେ ଯୋଗଦାନ କରିଥିଲେ ଅର୍ଥଶାସ୍ତ୍ରର ବିଭାଗୀୟ ମୁଖ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଶ୍ରୀଯୁକ୍ତ ଦୁର୍ଲଭ ଚରଣ ବେହେରା ,ଖେଳ ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ସାହୁ , ଓଡ଼ିଆ ବିଭାଗର ଅଧ୍ୟାପକ ତଥା YRC ନେସନାଲ କଲେଜ ନୂଆପଡ଼ାର ମୁଖ୍ୟ ଶ୍ରୀଯୁକ୍ତ ଶିବପ୍ରସାଦ ଶା ,ଜୀବ ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ଗିତା ସେଠ , ଇତିହାସ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଶୁକଦେବ ଭିଲ୍ ଓ ମଞ୍ଚ ପରିଚାଳନା କରୁଥିଲେ ଦର୍ଶନଶାସ୍ତ୍ର ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସଚିନ୍ ବାବୁ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଓ ଏହି ଦିବସର ସମସ୍ତ ବ୍ୟବସ୍ଥା ବୁଝିଥିଲେ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ପ୍ରଣତି ପଣ୍ଡା । ଏହି ଦିବସ ପାଳନ କରିବାରେ ସାହାଯ୍ୟ କରିଥିଲେ NSS ଓ YRCର ଛାତ୍ରମାନେ – ବିଭୂତି ମାଝି, ମୁଳଚାନ୍ଦ୍ ରଣା , ରାଜନୀତି ବିଜ୍ଞାନ ବିଭାଗର ଛାତ୍ର ମନୋଜ କୁମାର ରଣା ଓ ସୁମନ୍ତ କୁମାର ବେହେରା, ବିପିନ୍ ଖସେଲ ଓ ମାନସ ପ୍ରଧାନ ପ୍ରମୁଖ । ଏହି ଦିବସ ଅବସରରେ ସତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଥିଲେ । ଆଜି ସେହି ଦିନ ୨୬ ନଭେମ୍ବର ଆଜିର ଦିନରେ ସମ୍ବିଧାନ ସଭାରେ ସମ୍ବିଧାନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା ଯାହାକୁ ଆଜି ସମ୍ବିଧାନ ଦିବସ ରୂପେ ପାଳନ କରାଯାଉଛି ।