ନୂଆପଡ଼ା ,୨୧।୧୧(ଡି.ଏଚ/ମନୋଜ କୁମାର ରଣା ): ନୂଆପଡ଼ା ପୋଲିସ ପଡ଼ିଆ ସାଂସ୍କୃତିକ ରଙ୍ଗମଞ୍ଚ ଠାରେ ଆସନ୍ତା ତା.୧୮-୧୧-୧୯ ରିଖ ସୋମବାର ଦିନ ଜିଲ୍ଲା ଜଲଖିଆ ବ୍ୟବସାୟୀ ସଂଘ (market association) ତରଫରୁ ସମସ୍ତ ଜଲଖିଆ ଦୋକାନୀ ତଥା ବ୍ୟବସାୟୀ ମାନେ ଜଲଖିଆ ଦୋକାନ ମାନଙ୍କୁ ଗୋଟିଏ ଦିନପାଇଁ ବନ୍ଦ କରି ଥିଲେ ଏବଂ ଜଲଖିଆର ନୂତନ ଦର ପ୍ରସ୍ତୁତ କରିଥିଲେ । ଏଥିରେ Market association ର ସଭାପତି ସରୋଜ କୁମାର ସାହୁ ସଭାପତିତ୍ବ କରିଥିଲେ ଏବଂ ସମସ୍ତ ଜଲଖିଆ ଦୋକାନୀ ମାନଙ୍କର ନିର୍ଣ୍ଣୟ ଶୁଣିବା ପରେ ଜଲଖିଆ ମାନଙ୍କର ଦର ନିର୍ଣ୍ଣୟ କରିଥିଲେ । ଯେପରି ସମୋସା,ବରା,ଆଲୁଚପ୍, ପିଆଜି କୁ ୨ଟା କୁ ୧୫ ଟଙ୍କା ଆଉ ଇଟଲି ୨ଟା କୁ ୧୦ଟଙ୍କା , ପକୁଡ଼ି ୧ ପ୍ଲେଟ୍ କୁ ୧୫ ଟଙ୍କା ଏବଂ ଦୋସା ଗୋଟେ କୁ ୩୦ ଟଙ୍କା ନିର୍ଦ୍ଧାରିତ କରିଥିଲେ ।ଏହି ଦର କୁ ଗତକାଲି ୨୦-୧୧-୧୯ ରୁ ଆରମ୍ଭ କରିବା ପାଇଁ ଘୋଷଣା କରିଥିଲେ ସଭାପତି ସରୋଜ କୁମାର ସାହୁ ।ଏହି ଦରକୁ ପାଳନ କରିବା ଦ୍ୱାରା ସେହି ଦିନଠାରୁ ଗ୍ରାହକ ମାନଙ୍କ ସଂଖ୍ୟା କମିବାରେ ଲାଗିଛି ମାନ୍ଦା ପଡ଼ିବାପରେ ଲାଗୁଛି ଜଲଖିଆ ଦୋକାନ ।