ନୂଆପଡା,୨୦ା୧୧(ଡି.ଏଚ/ ମନୋଜ କୁମାର ରଣା) : ଆଜି ନେସନାଲ କଲେଜ ନୂଆପଡ଼ାରେ ଝା଼ନସୀ କି ରାଣୀ ଲକ୍ଷ୍ମୀ ବାଇଙ୍କ ଜନ୍ମ ବାର୍ଷିକୀ ଅବସରରେ ନେସନାଲ କଲେଜ ଓ ABVP ଅନୁଷ୍ଠିତ କରିଛି । ଏହା ବିଶେଷ କରି ଏବିଭିପିର ବଲିଷ୍ଠ ନେତୃତ୍ବରେ ଆୟୋଜିତ ହୋଇଯାଇଛି । ABVP ହେଉଛି ବିଶ୍ଵର ସର୍ବ ବୃହତ୍ ଛାତ୍ର ସଂଗଠନ ଯାହା ପୂରା ବିଶ୍ଵରେ ଚର୍ଚ୍ଚିତ ଏହି ସଂଗଠନର କାର୍ଯ୍ୟକତ୍ତା ମାନେ ସବୁ ବେଳେ ସବୁ କାର୍ଯ୍ୟକ୍ରମକୁ ବହୁତ ସୁରୁଖୁରୁରେ କରିଥାନ୍ତି। ଏହି ଜୟନ୍ତୀ ଅବସରରେ ରଙ୍ଗୋଲି ପ୍ରତିଯୋଗିତା ହୋଇଥିଲା । ଏଥିରେ ନେସନାଲ କଲେଜ ନୂଆପଡ଼ାର ତଥା ଏବିଭିପି ନୂଆପଡ଼ା ଜିଲ୍ଲାର ଜିଲ୍ଲା ସହ-ସଂଯୋଜକ ମନୋଜ ରଣା , ଜିଲ୍ଲା ସଂଯୋଜକ ସୁମନ୍ତ କୁମାର ବେହେରା, ନୂଆପଡ଼ା ନଗରର ନଗର ସମ୍ପାଦକ ବିଭୂତି ମାଝି, କଳାମଞ୍ଚ ପ୍ରମୁଖ ମୁଲଚାନ୍ଦ୍ ରଣା , ପାଠ୍ୟଚକ୍ର ପ୍ରମୁଖ ମାନସ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ ।ଏହି ଅବସରରେ କଲେଜର ଅଧ୍ୟକ୍ଷ ଶ୍ରୀ ସମରେନ୍ଦ୍ର ନାରାୟଣ ଦାସ, ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ଦାସ , ଅର୍ଥନୀତିର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଦୁର୍ଲ୍ଲଭ ଚରଣ ବେହେରା , ବିଜ୍ଞାନର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ କପିଲ ଚନ୍ଦ୍ର ପାଣିଗ୍ରାହୀ ସାର୍ ,ବିଜ୍ଞାନର ଆଉ ଏକ ଅଧ୍ୟାପକ ବୈଦ୍ୟନାଥ ଗଡତିଆ ,ଇତିହାସ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଶୁକଦେବ ଭୀଲ , ଭୂଗୋଳ ବିଭାଗର ବିଭାଗୀୟ ମୂଖ୍ୟ ଭୂଖନ ଅହିର , ଅଧ୍ୟାପକ ଶ୍ରୀଯୁକ୍ତ ରବିନ୍ଦ୍ର ସିଂ ମାଝି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ନିଜର ବହୁ ମୂଲ୍ୟ ସମୟ ଦେଇ ଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ନିମ୍ନ ତିନି ଜଣ ଛାତ୍ରୀ ଧନେଶ୍ଵରୀ କେଉଁଟ , ଅମ୍ବିକା ମାଝୀ ଓ ଖେମଲତା ମାଝୀ , ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଲେସ କୁମାରୀ ମାଝୀ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମଞ୍ଜୁ ଲତା ଭୋଇ ଏହି ନେସନାଲ କଲେଜର ଅଧ୍ୟକ୍ଷ ଶ୍ରୀ ସମରେନ୍ଦ୍ର ନାରାୟଣ ଦାସ ମହୋଦୟଙ୍କ ଠାରୁ ପୁରସ୍କାର ପାଇଥିଲେ ।ଏହି ଅବସରରେ ମଞ୍ଚ ପରିଚାଳନା କରିଥିଲେ କଲେଜ ଦର୍ଶନସାସ୍ତ୍ର ବିଭାଗର ଅଧ୍ୟାପକ ତଥା ABVPର ଉପସଭାପତି ଶ୍ରୀ ଶଚିନ ବାବୁ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ତଥା ABVPର ସଭାପତି ଶ୍ରୀ ଶିବପ୍ରସାଦ ଶା ।