ଦାରୁଵିନ ମେମୋରିଆଲ କଲେଜରେ ଶିକ୍ଷକ ଅଭିଭାବକ ବୈଠକ

525
ADVERTISEMENT

ମାଲକାନଗିରି,୧୬।୧୧(ଡି.ଏଚ ) : ଉଚ୍ଚ ଶିକ୍ଷା ସ୍ତରରେ ସଂସ୍କାର ଆଣିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିଛି । ସମସ୍ତ ଯୁକ୍ତ ତିନି କଲେଜରେ ପ୍ରୋକ୍ତୋରିଆଲ କ୍ଲାସ କରିବା ପାଇଁ ନୂତନ ଉଦ୍ୟମ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା କୁଡ଼ୁମୁଲୁଗୁମ୍ମା ସ୍ଥିତ ଦାରୁୱଇନ ମେମୋରିଆଲ ଡିଗ୍ରୀ କଲେଜରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଧେଶ୍ୟ ଥିଲା ଯେ ୭୫ପ୍ରତିଶତରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା,ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ସୁ ସମ୍ପର୍କ ଇତ୍ୟାଦି । ଏହା ସହ ଅଭିଭାବକଙ୍କର ମତାମତ ନିଆଯାଇଥିଲା । ଏହି ସମ୍ମିଳନୀକୁ କଲେଜର ସମ୍ପାଦକ ଅଶୋକ ପ୍ରଧାନଙ୍କ ଅଧକ୍ଷତାରେ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ଅଭିଭାବକ ମାନେ ଯୋଗ ଦେଇଥିଲେ । କଲେଜର ଅଧ୍ୟାପକ ଅଧ୍ୟପିକା ମଧୁସ୍ମିତା ବିଶ୍ୱାଳ, ବିଶ୍ୱଜିତ ମହାନ୍ତି, ଜୋନକୋରା , ଶ୍ରୀଦେବିପରିଡା, ଜୋସ୍ନାରାଣୀ ଜେନା , ସଞ୍ଜିତା ଖୋସ୍ଲା ପ୍ରିୟଦର୍ଶିନୀ ଦାସ ଉପସ୍ଥିତ ଥିଲେ । ଏହି ସମ୍ମିଳନୀକୁ କଲେଜର ସମ୍ପାଦକ ଅଶୋକ ପ୍ରଧାନ ସହ ପରିଚାଳନା ପରିଚୟ ପ୍ରଦାନ ସଞ୍ଜିତା ଖୋସ୍ଲା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଦେବୀ ପରିଡା ।

Advertisement