କନିସିହାଟ, ୦୬/୧୧ (ଡି.ଏଚ): କନିସିହାଟ ଶିବ ମନ୍ଦିର ପ୍ରାଙ୍ଗଣରେ ହାଟ ରେ ନିବାସ କରୁଥିବା ପ୍ରାୟ ୭୦ ଶୌଂଡିକ ପରିବାର ରେ ଏକ ସାଧାରଣ ସଭା ଡ଼.ଦେବଦତ ଚୌଧୁରୀ ଙ୍କ ମନଚିତ ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି|
ଏଥିରେ ପ୍ରାୟ ୧୫୦ ଜଣ ସଭ୍ୟ ଓ ସଭ୍ୟା ଯୋଗଦେଇ ପରସ୍ପର ମଧ୍ୟରେ ବନ୍ଧୁତାର ମିଠାର ଅନୁଭୂତି ପାଇଛନ୍ତି | ଉକ୍ତ ଶୌଂଡିକ ପରିବାର ସହଯୋଗରେ “ଶୌଂଡିକ ସେବା ସଂଗଠନ ” ନାମକ ଏକ ସେବା ସଂସ୍ଥା ଗଠନ କରାଯାଇଛି |
ଏହି ସଂଗଠନ ସଭ୍ୟମାନଙ୍କ ମଧ୍ୟରେ ସଚେତନା ଓ ସେବାମନୋଭାବ ସୃଷ୍ଟିହେବା ଲକ୍ଷ ରଖାଯାଇଛି
ସଂଗଠନର ପରିଚାଳନା ପାଇଁ ଏକ ଏଗାର ଜଣିଆ କମିଟି ଗଠନ କରାଯାଇଛି |
ଡ଼. ଦେବଦତ ଚୌଧୁରୀ(ସଭାପତି), ଶ୍ରୀ ତନୁଚନ୍ଦ୍ର ଚୌଧୁରୀ(ସମ୍ପାଦକ), ଶ୍ରୀ ଯୁଧିଷ୍ଟର ସାହୁ (କୋଷାଧ୍ୟକ୍ଷ)ଓ ଶ୍ରୀ ସଂପଦ କୁମାର ସାହୁ, ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀ ଶ୍ୟାମସୁନ୍ଦର ସାହୁ, ଶ୍ରୀ ହେମନ୍ତ ସାହୁ, ଶ୍ରୀ ଭାସ୍କର ସାହୁ, ଶ୍ରୀ ରଞ୍ଜନ କୁମାର ସାହୁ ଓ ଶ୍ରୀ ସୁବାସ ଚନ୍ଦ୍ର ସାହୁ କମିଟି ସଭ୍ୟ ରୂପେ ଯଥାକ୍ରମେ ସର୍ବ ସମ୍ମତି ଭାବେ ମନୋନୀତ ହୋଇଛନ୍ତି | ଉକ୍ତ କାର୍ଯ୍ୟକ୍ରମକୁ ଧୀରଜ କୁମାର ସାହୁ, ନିଲୁ ସାହୁ, ଚନ୍ଦ୍ରଶେଖର ଚୌଧୁରୀ, କିଶୋର ଚନ୍ଦ୍ର ସାହୁ, ପ୍ରବୀନ ଜିତ ସାହୁ, ଉଦୟନାଥ ସାହୁ ପ୍ରମୁଖ ପରିଚାଳନା କରିଥିଲେ | ଉପସ୍ଥିତ ସଭ୍ୟ ସଭ୍ୟା ପ୍ରସାଦ ସେବନ କରିବାପରେ ସଭା କାର୍ଯ୍ୟ ସମାପ୍ତହେଲା |

