ବିଜେପୁର ,୧୮/୧୦(ଡି.ଏଚ) : ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକଙ୍କ ମାରାଥନ ପ୍ରଚାର ରାଜନୈତିକ ବାତାବରଣକୁ ବେଶ୍ ସରଗରମ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ସନତ କୁମାର ଗଡତିୟାଙ୍କ ପାଇଁ ଶୁକ୍ରବାର ବିଜେପୁର ନିର୍ବାଚନମଣ୍ଡଳୀକୁ ଦ୍ବିତୀୟଥର ପ୍ରଚାର ନିମିତ୍ତ ଅବତୀର୍ଣ୍ଣ ହୋଇଛନ୍ତି। ଏମ୍ପି ସୁରେଶ ପୁଜାରୀ, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ ନାଉରୀ ନାୟକ, ପ୍ରାର୍ଥୀ ସନତ କୁମାର ଗଡତିୟା ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଓ ରାଜ୍ୟ ସଭାପତି ତଥା ଏମ୍ପି ବସନ୍ତ ପଣ୍ଡାଙ୍କୁ ପାଛୋଟି ନେଇଥିଲେ। ପରେ ସୁସଜ୍ଜିତ ଯାନରେ ଧର୍ମେନ୍ଦ୍ର ରୋଡ୍ ଶୋ’ରେ ପ୍ରଚାରକରି ଭୋଟ୍ ଭିକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ଦ୍ବିତୀୟଥର ପ୍ରଚାର ପାଇଁ କର୍ମୀ ଓ ନେତାମାନେ ବେଶ୍ ଉତ୍ସାହିତ ହୋଇପଡିଥିବା ପରିଲକ୍ଷିତ ହୋଇଛି।