ମିଳିଲା ଦେବବ୍ରତଙ୍କ ମୃତଦେହ

243
ADVERTISEMENT

କଟକ, ୧୬/୧୦ (ଡି.ଏଚ) : ମିଳିଲା ଦେବବ୍ରତଙ୍କ ମୃତଦେହ । କାଠଯୋଡି ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ନିଆଳିର ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ନିଆଳି ରାହାମ୍ବା ନିକଟରୁ ତାଙ୍କ ମୃତଦେହ ମିଳିଛି । ଗତ ବୁଧବାର ଦିନ ସ୍ତ୍ରୀ ଓ ୬ବର୍ଷର ପୁଅକୁ ପୋଲ ଉପରେ ଠିଆ କରି ହଠାତ୍ ନଇ ଭିତରକୁ ଡେଇଁ ପଡିଲେ ଦେବବ୍ରତ । ସପ୍ତାହେ ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ଆଜି ଦେବବ୍ରତଙ୍କର ମୃତଦେହକୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।

Advertisement