ମୁମ୍ବାଇ,୫ା୧୦(ଡି. ଏଚ ) : ଅଭିନେତା ଟାଇଗର ଶ୍ରଫ ଓ ହୃତିକ ରୋଶନ ଙ୍କ ଫିଲ୍ମ ‘ୱାର୍’ ବକ୍ସ ଅଫିସରେ ଆୟ ର ସବୁ ରେକର୍ଡ ଭାଙ୍ଗିଦେଇଛି । ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୨ ତାରିଖ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ୱାର୍’ ପ୍ରଥମ ଦିନ, ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ୫୦ କୋଟି ଟଙ୍କା ଆୟ କରିଛି । କେବଳ ହିନ୍ଦୀ ଭର୍ସନରେ ଏତିକି ପରିମାଣର ଅର୍ଥ ମିଳିଛି, ତେବେ ଅନ୍ୟ ଭାଷାର ବ୍ୟବସାୟକୁ ମିଶାଇଲେ ଏହାର ପରିମାଣ ୫୩.୩୫ କୋଟି ବୋଲି କୁହାଯାଉଛି । ଏହା ସହ ଦ୍ୱିତୀୟବ ଦିନରେ ମଧ୍ୟ ୨୩ କୋଟି ଟଙ୍କା ଆୟ କରିସାରିଛି । ଏହା ପୂର୍ବରୁ ପ୍ରଥମ ଦିନ ସବୁଠୁ ଅଧିକ ଆୟ କରିଥିବା ଅମିର ଖାନ ଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ଥାନ’ ଥିଲା । ଯିଏ ପ୍ରଥମ ଦିନ ୫୦.୭୫ କୋଟି ଟଙ୍କା ଆୟ କରିଥିଲା ।
ଏହା ପୂର୍ବରୁ ଶାହରୁଖ ଖାନ ଙ୍କ ଫିଲ୍ମ ‘ହେପି ନ୍ୟୁ ୟର’ ପ୍ରଥମ ଦିନରେ ୪୨.୬୨ କୋଟି ଟଙ୍କା ଓ ସଲମାନ ଖାନ ଙ୍କ ଫିଲ୍ମ ‘ଭାରତ’ ପ୍ରଥମ ଦିନରେ ୪୨.୩ କୋଟି ଟଙ୍କା କଲେକ୍ସନ କରିଥିଲା । ଫିଲ୍ମ ‘ୱାର’ ୨୦୧୯ ର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ହୋଇପାରିବ, ଏମିତି କହିବା ଏବେ ଉଚିତ ହେବନାହିଁ କିନ୍ତୁ ଏହି ଫିଲ୍ମକୁ ମିଳୁଥିବା ଜବରଦସ୍ତ ପବ୍ଲିସିଟୀ କୁ ଦେଖି କୁହାଯାଇପାରିବ କି ଏହି ଫିଲ୍ମର ଆୟ ସବୁ ରେକର୍ଡ ଭାଙ୍ଗିପାରିବ ।