ହିଞ୍ଜିଳିକାଟୁ, ୧୫/୬(ଶେଷଦେବ ସାହୁ): ହିଞ୍ଜିଳି ଥାନା ଆମ୍ବଗାଁ ଶାସନ ଶିବ ମନ୍ଦିର ପରିସରରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶୁକ୍ରବାର ସନ୍ଧ୍ୟାରେ ପୁଲିସ ଚଢାଉ କରିଛି । ଚଢାଉ ସମୟରେ ୩ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବାବେଳେ ବହୁ ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଗିରଫ ଜୁଆଡ଼ିଙ୍କଠାରୁ ୧୦ ହଜାର ୭୮୫ଟଙ୍କା ସମେତ ୨ଟି ମୋବାଇଲ ଫୋନ୍ ଓ ୫ ଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି ।

ଗିରଫ ଜୁଆଡ଼ିମାନେ ହେଲେ ବ୍ରହ୍ମପୁର ଅଞ୍ଚଳର ସତ୍ୟ ନାରାୟଣ ବେହେରା, ଶ୍ରୀକାନ୍ତ ସାହୁ ଓ କେ. ବାବୁଲା । ଏ ନେଇ ନଂ- ୧୪୯/୧୯ରେ ଏକ ମାମଲା ରୁଜୁ କରାଯାଇଛି । ଶନିବାର ଗିରଫ ଜୁଆଡ଼ିଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।