ଅଟୋ ଧକ୍କାରେ ବାଇକଚାଳକ ମୃତ, ସାଥୀ ଗୁରୁତର

210
ADVERTISEMENT

ହିଞ୍ଜିଳିକାଟୁ, ୧୪ା୬(ଶେଷଦେବ ସାହୁ): ହିଂଜିଳି ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ସମରଝୋଳ ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଡ଼ାଲା ଅଟୋ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଚାଳକଙ୍କ ସାଥୀ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ମୃତକଜଣକ ହେଉଛନ୍ତି ପୋଲସରା ଥାନା ଭାଟଖାଲି ଗ୍ରାମର ଅନିଲ ସେଠୀ(୨୭) ଓ ଗୁରୁତର ଆହତଜଣକ ବାଦଗଡ଼ ଗ୍ରାମର ବିଚିତ୍ର ସେଠୀ(୩୫) ବୋଲି ଜଣାପଡ଼ିଛି ।
ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଠାରୁ ହୋଣ୍ଡା ୟୁନିକର୍ଣ୍ଣ ବାଇକ(ଓଡ଼ି୩୨ଡ଼ି ୬୦୨୪) ଯୋଗେ ଦୁଇ ଯୁବକ ଗ୍ରାମକୁ ଫେରୁଥିବାବେଳେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ଡ଼ାଲା ଅଟୋ, ବାଇକର ପଛ ପଟକୁ ଧକ୍କାଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଦୁର୍ଘଟଣାରେ ୨ ଯୁବକ ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଖବରପାଇ ହିଂଜିଳି ପୋଲିସ ଗୁରୁତର ୨ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡ଼ାକ୍ତର, ଅନିଲଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତକରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Advertisement