ହାତୀ ଆତଙ୍କ

264
ADVERTISEMENT

କେନ୍ଦୁଝର ,୧୪|୬(ଦୁନିଆ ହାଲଚାଲ) : କେନ୍ଦୁଝରରେ ହାତୀ ଆତଙ୍କ । ବିଳମ୍ବିତ ରାତିରେ ସଂଖାରି ସାହିରେ ପଶି ଆତଙ୍କ ଖେଳାଇଛି ଦନ୍ତା ହାତୀ । ସାହିର ଭାଗିରଥୀ ଘଣାଙ୍କ ଘର କାନ୍ଥ  ଭାଙ୍ଗି  ଧାନ ଚାଉଳ ମକା ଖାଇବା ସହ ଟଙ୍କା ବି ଖାଇ ଯାଇଛି। ହାତୀ ଆସିବା ଜାଣିପାରି ଭାଗିରଥୀ ଏବଂ ତାଙ୍କ ସ୍ତ୍ରୀ, ପିଲା ଛୁଆଙ୍କୁ ଲୁଚାଇ ଦେଇ କୌଶଳକ୍ରମେ ବାହାରକୁ ବାହାରି ଯାଇଥିଲେ । ହାତୀଟି ଘର ଭିତରେ ପଶି ମନଇଚ୍ଛା ଖାଇବା ସହ ଦଳଚକଟି ନଷ୍ଟ କରିବା ପରେ ସେ ସ୍ଥାନ ଛାଡି ପାଖ ଜଙ୍ଗଲକୁ ଚାଲିଯାଇଛି । ହାତୀର ଉତ୍ପାତକୁ ନେଇ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ ।

Advertisement