ସାନଖେମୁଣ୍ଡି ,୧୪|୬(ଦୁନିଆ ହାଲଚାଲ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଦୁଇ ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ଦୁଇ ଜଣ କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗାଁର ପଦ୍ମନାଭ ଭୂୟାଁଙ୍କ ଦୁଇ ଝିଅ ଦୀପା ଭୂୟାଁ ଓ ଲିଜା ଭୂୟାଁ । ଘରୋଇ କଳହକୁ କେନ୍ଦ୍ର କରି ଉଭୟ ବିଷ ପିଇଥିବା ସନ୍ଦେହ କରାଯାଉଛି । ମା ଛେଉଣ୍ଡ ଏହି ଭଉଣୀ ସାବତ ମାକୁ ନେଇ ବେଶ୍ କିଛି ଦିନ ଅସନ୍ତୁଷ୍ଟ ଥିଲେ। ସୂଚନା ଅନୁସାରେ ଆଜି ଘରେ କୌଣସି କାରଣକୁ ନେଇ କଳହ ହୋଇଥିଲା। ଉଭୟ ବାଡିକୁ ଯାଇଥିଲେ କିନ୍ତୁ ଅସୁସ୍ଥ ଅବସ୍ଥାରେ ଘରେ ପହଞ୍ଚିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। କବିସୂର୍ଯ୍ୟନଗରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କର ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।