ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ

284
ADVERTISEMENT

ନୂଆଦିଲ୍ଲୀ ୧୪/୬(ଏଜେନ୍ସି) : ପଶ୍ଚିମବଙ୍ଗରେ ମମତାଙ୍କ ଧମକର ପ୍ରତିବାଦରେ ସାରା ଦେଶର ଡାକ୍ତରମାନେ ରଣହୁଙ୍କାର ଦେଇଛନ୍ତି। ଆଜି ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ଏନଆରଏସ ହସ୍ପିଟାଲରେ ଚିକିତ୍ସାରେ ଅସନ୍ତୋଷ ପ୍ରକାଶ କରି ଜଣେ ମୃତ ରୋଗୀଙ୍କ ପରିବାର ଲୋକେ ଚିକିତ୍ସାରେ ନିୟୋଜିତ ଥିବା ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନ କରିଥିଲେ।

ଗତକାଲି ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ମମତା ବାନାର୍ଜୀ ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଚେତାବନୀ ଦେଇଥିଲେ। ଆଜି ଏହି ପ୍ରସଙ୍ଗରେ ଡାକ୍ତରମାନଙ୍କର ଏକ ପ୍ରତିନିଧି ଦଳ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ଭେଟିଛନ୍ତି।ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା, ବିହାର, ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟର ଡାକ୍ତର ସଂଘ। କୋଲକାତା ଡାକ୍ତର ଆନ୍ଦୋଳନକୁ ଭୁବନେଶ୍ୱର ଏମସ୍‌ ଡାକ୍ତରମାନେ ସମର୍ଥନ କରିଛନ୍ତି।  ଏମସ୍‌ ପରିସରରେ ୫୦୦ରୁ ଊର୍ଦ୍ଧ୍ୱ କନିଷ୍ଠ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି।ଏହି ଆନ୍ଦୋଳନ ଯୋଗୁ ବହିର୍ବିଭାଗରେ ରୋଗୀ ସେବା ବ୍ୟାହତ ହୋଇଛି। ତେବେ ଜରୁରୀକାଳୀନ ସେବା ସ୍ୱାଭାବିକ ରହିଛି।

Advertisement