ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି୨୦ ମ୍ୟାଚ

273
ADVERTISEMENT

ହିମାଚଳ ପ୍ରଦେଶ,୧୫/o୯(ଏଜେନସି ): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ। ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ଷ୍ଟାଡିୟମରେ ରବିବାର ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ଏହି ସିରିଜ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ଉଚ୍ଚକୋଟୀର ପ୍ରତିଭାସମ୍ପନ୍ନ ଭାରତୀୟ ଦଳ ବିଶ୍ୱକପ୍‌ ପ୍ରସ୍ତୁତି ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ।
ତେବେ ବର୍ଷା ଏହି ମ୍ୟାଚ୍‌ରେ ବାଧା ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଅପରାହ୍ନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ସାରା ଦିନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଷ୍ଟାଡିୟମରେ ଉନ୍ନତ ଡ୍ରେନେଜ ବ୍ୟବସ୍ଥା ରହିଛି। ଯଦି ୫ଟା ସୁଦ୍ଧା ବର୍ଷା ବନ୍ଦ ହୁଏ ତାହାଲେ ପୂରା ମ୍ୟାଚ୍‌ ସମ୍ଭବ ହୋଇପାରିବ। ସବୁକିଛି ବର୍ଷା ବନ୍ଦ ହେବା ଉପରେ ନିର୍ଭର କରୁଛି। ଅତିକମ୍‌ରେ ୫ ଓଭର ବିଶିଷ୍ଟ ମ୍ୟାଚ୍‌ ସମ୍ଭବ ହେବାର ନିୟମ ରହିଛି। ଭାରତ ଗସ୍ତରେ ଆସିଥିବା ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ସହ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି।

Advertisement