ରାଜ୍ୟ ବିଜେପି ପକ୍ଷରୁ ଜଳ ସଂରକ୍ଷଣ ଓ ପ୍ଲ‌ାଷ୍ଟିକ୍ ବର୍ଜନ ପାଇଁ ସଂକଳ୍ପ

373
ADVERTISEMENT

ଭୁବନେଶ୍ବର,୧୫/o୯(କୁନା ପ୍ରଧାନ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଆସନ୍ତା ‌୧୭ରେ। ଏହି ଅବସରରେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି। ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାରେ ମଧ୍ୟ ସେବା ସପ୍ତାହ ଆରମ୍ଭ ହୋଇଛି। ଆଜି ଭରତପୁରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ପରୀକ୍ଷା ଶିବିର ସହ ପ୍ରଧାନମନ୍ତ୍ରୀଙ୍କ ଜୀବନ ଧାରା ଓ ଉପଲବ୍ଧି ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା‌ । ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା। ସମସ୍ତଙ୍କୁ ଜଳ ସଂରକ୍ଷଣ ଓ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍ ବର୍ଜନ ଉପରେ କେନ୍ଦ୍ର ମନ୍ତ୍ରୀ ଶପଥ ପାଠ କରାଇଥିଲେ। ଶ୍ରୀ ପ୍ରଧାନ କହିଥିଲେ, ଜଳ ସଂରକ୍ଷଣ ଓ ସିଙ୍ଗଲ୍‌ ୟୁଜ୍ ପ୍ଲାଷ୍ଟିକ୍‌ର ବର୍ଜନ କରିବା ସହ ଏହାର ଜନସଚେତନତା ମୋଦୀଙ୍କ ଜନ୍ମଦିନର ସର୍ବଶ୍ରେଷ୍ଠ ଉପହାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ। ଏଥି ପାଇଁ ୧୨୫ କୋଟି ଲୋକଙ୍କୁ ନିଜେ ଦାୟିତ୍ବ ନେଇ ପାଦେ ଆଗକୁ ବଢ଼ିବା ପାଇଁ ପଡ଼ିବ। ସେବା ସପ୍ତାହ କେବଳ ଖବର ହୋଇ ନ ରହୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଉଥିବା ସମସ୍ତ ଲୋକ ତାଙ୍କ ନାଁକୁ ସାକ୍ଷୀ ରଖି ଏହି ସାତ ଦିନରେ ସେବା କରିବା ପାଇଁ ସେ ଆହ୍ବାନ ଦେଇଥ‌ିଲେ। ପଣ୍ଡିତ ଗୋପବନ୍ଧୁ ଦାସ ନିଜ ପୁଅର ଜୀବନକୁ ଛାଡ଼ି ବନ୍ୟା, ବାତ୍ୟାରେ ଲୋକଙ୍କୁ ଚୁଡ଼ା, ଚାଉଳ ବାଣ୍ଟିବା ପାଇଁ ଚାଲି ଯାଇଥିଲେ। ଏହା ଓଡ଼ିଆ ସଂସ୍କୃତି ଓ ସଭ୍ୟତା ଏବଂ ଏହି ପରମ୍ପରାର ସମସ୍ତେ ଦାୟଦ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ସେବା ସପ୍ତାହକୁ ଭବ୍ୟ ସାମାଜିକ ଉତ୍ସବ ଭାବେ ପାଳନ କରିବାକୁ କେନ୍ଦ୍ର ମନ୍ତ୍ରୀ ନିବେଦନ କରିଥିଲେ।

Advertisement