ନୂଆଦିଲ୍ଲୀ,୧୪/o୯(ରବି ଦାସ ) : ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍ ଦଳର ଜଣେ ଉଦୀୟମାନ ଖେଳାଳି। ସେ ଏକ ସମୟରେ ଭାରତୀୟ ଟିମ୍କୁ ଆଗକୁ ବଢ଼ାଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କୁ କ୍ୟାପ୍ଟେନ୍ କୁଲ୍ ବୋଲି କୁହାଯାଏ। କାହିଁକି ନା, ସେ ଥଣ୍ଡା ମିଜାଜ୍ରେ ରହି ଉତ୍ତମ ପ୍ରଦର୍ଶନ କରିବାରେ ବିଶ୍ୱାସ ରଖନ୍ତି। ତେବେ ଚାଲନ୍ତୁ ଜାଣିବା କ୍ୟାପ୍ଟେନ୍ କୁଲ୍ଙ୍କ ସଂପର୍କିତ କିଛି କଥା ଯାହା ତାଙ୍କ ପାଇଁ ଅନ୍ୟମାନେ କହିଛନ୍ତି, –
ଯଦି ଗୋଟିଏ ଓଭର୍ରେ ଧୋନୀଙ୍କୁ ୧୫ ରନ୍ କରିବାର ଅଛି ତେବେ ଚାପଟା ବୋଲର୍ ପାଇଁ ଧୋନୀଙ୍କ ପାଇଁ ନୁହେଁ : ଇୟାନ୍ ବିଶୋପ୍
ବିଶ୍ୱ କ୍ରିକେଟର ସବୁଠାରୁ ଥଣ୍ଡା ମିଜାଜ୍ର ଖେଳାଳି ଧୋନୀ, ଆବଶ୍ୟକ ଦେଖି ପ୍ରଦର୍ଶନ କରନ୍ତି : ମାଇକେଲ୍ ଭୋଗନ
ମୁଁ ମଲା ବେଳେ ୨୦୧୧ ମସିହାରେ ଧୋନୀ ମାରିଥିବା ଛଅକୁ ଶେଷ ଥର ପାଇଁ ଦେଖିବାକୁ ଚାହିଁବି: ସୁନୀଲ ଗାଭାସ୍କର
ଧୋନୀ ମୋ ନାୟକ। ଆମେ ସବୁବେଳେ ସଚିନ ତେନ୍ଦୁଲ୍କର ଓ ବିରେନ୍ଦ୍ର ସେହ୍ଵାଗଙ୍କ ବିଷୟରେ କଥା ହେଉ। ମାତ୍ର ଧୋନୀଙ୍କ ପାଖରେ ମଧ୍ୟ ସେତିକି ଦକ୍ଷତା ରହିଛି: କପିଲ୍ ଦେବ
ସୁନୀଲ ଗାଭାସ୍କାର, କପିଲ୍ ଦେବ, ସଚିନ ତେନ୍ଦୁଲକରଙ୍କ ତୁଳନା କରିବା ବେଳେ ଧୋନୀ ବି ସେହି ତାଲିକାରେ ଯିବେ : ରବି ଶାସ୍ତ୍ରୀ
ତୁମେ ମୋ ଅଧିନାୟକ ସବୁଦିନ ପାଇଁ : ବିରାଟ କୋହଲି