ମୁଖ୍ୟମନ୍ତ୍ରୀ : ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କଲେ

272
ADVERTISEMENT

ଭୁବନେଶ୍ୱର,୨୯/୮(କୁନା ପ୍ରଧାନ ) : ଆଜି ବିଶ୍ବ କ୍ରୀଡ଼ା ଦିବସରେ ୮ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହାସିକତା ଓ ସମାଜ ସେବା ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ନାଁ କରୁଛନ୍ତି । କ୍ରୀଡ଼ା ପ୍ରତି ସେମାନଙ୍କ ଅବଦାନ ଓ ସେମାନଙ୍କ ସଫଳତା ଯୁବପିଢ଼ିଙ୍କୁ ନିଶ୍ଚିତ ଅନୁପ୍ରାଣିତ କରିବ । ଏହି ୮ଜଣ ପୁରସ୍କାରପ୍ରାପ୍ତଙ୍କ ମଧ୍ୟରେ ରହିଛନ୍ତି ବିଶ୍ବ ଚାମ୍ପିୟନ୍ ପାରା ସଟ୍‌ଲର ପ୍ରମୋଦ ଭଗତ୍‌ । କ୍ରୀଡ଼ା ପ୍ରତି ତାଙ୍କର ଅବଦାନ ଓ ବିଶ୍ୱ କ୍ରୀଡ଼ା ଜଗତରେ ସେ ହାସଲ କରିଥିବା ସଫଳତାକୁ ଦେଖି ତାଙ୍କୁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି ।ସେହିଭଳି ଭାବେ ୩୦ତମ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୧୦୦ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା, ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ୬.୬୭ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଏ ମଧ୍ୟରେ ରହିଛନ୍ତି ୩ ଜଣ ଭାରଉତ୍ତୋଳନକାରୀ ଭକ୍ତ ରାମ ଦେସ୍ତି, ଝିଲ୍ଲୀ ଦଳବେହେରା ଏବଂ ସ୍ନେହା ସୋରେନ୍‌ । ଅନ୍ତଃରାଷ୍ଟ୍ରୀୟ କ୍ରୀଡ଼ାରେ ଏହି ୩ଜଣଙ୍କ ପ୍ରଶଂସନୀୟ ଅବଦାନ ପାଇଁ ସେମାନଙ୍କୁ ଯଥାକ୍ରମେ ୧.୩୩ଲକ୍ଷ, ୪ଲକ୍ଷ ଓ ୮୩,୦୦୦ଟଙ୍କା ଲେଖାଏଁ ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ।

Advertisement