ଭଦ୍ରକ,୨୭/୪(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଅସୁରାଳି ଠାରେ ପୁଲିସ ପିଛା କରୁଥିବା ଦୁଇଟି ବେଆଇନ ଗୋରୁ ବୋଝେଇ ପିକ-ଅପ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ଗାଡ଼ି ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ୩ଟି ଗୋରୁଙ୍କର ମୃତ୍ୟୁ ହୋଇଛି। ଏବଂ ଦୁଇଟି ଗାଡ଼ିରୁ ମୋଟ ୨୭ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି।