ପୁରୀ,୨୬/୪(ଡ଼ି.ଏଚ ବ୍ୟୁରୋ):-ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଂଚଳରେ ନକଲି ହନୁମାନ ମୁଦ୍ରା ଓ ଜାଲ ନୋଟ୍ ଦେଇ ଠକୁଥିବା ଏକ ଗୋଷ୍ଠୀର ୩ଜଣ ସଦସ୍ୟଙ୍କୁ ଡେଲାଙ୍ଗ ପୁଲିସ ଗିରଫ କରିଛି। ଏବଂ ସେମାନଙ୍କଠାରୁ ଏକ ନକଲି ହନୁମାନ ପଇସା ସମେତ ମୋବାଇଲ ଫୋନ, କାର୍, ରଙ୍ଗିନ ଜେରକ୍ସ ଓ ପ୍ରିଣ୍ଟିଂ ମେସିନ, କେମିକାଲ ରଙ୍ଗ ଓ କିଛି କାଗଜ ବିଡାକୁ ପୁଲିସ ଜବତ କରିଛି। ସେମାନେ ହେଲେ ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ ବାରିକ (୩୨), ବରଗଡ ଜିଲା ପଦ୍ମପୁର ଥାନା ଅଞ୍ଚଳର ଶ୍ରୀନିବାସ ସାହୁ (୩୪) ଓ ବୁଡେନ ଥାନା ଅଞ୍ଚଳର ପ୍ରଦୀପ ଅଗ୍ରୱାଲ (୩୫)।