ସମ୍ବଲପୁର,୨୦/୪(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ସମ୍ବଲପୁର ମାନେଶ୍ୱର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁ। ଚାଷ ଜମିର କିଷମ ପରିବର୍ତ୍ତନ କରିବାକୁ ୬ ହଜାର ଟଙ୍କା ଲାଞ୍ଚ ଲାଞ୍ଚନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l ସମ୍ବଲପୁରରେ ଅତିରିକ୍ତ ତହସିଲଦାରଙ୍କୁ ୬ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ କୃଷି ଜମିକୁ ଅଣ-କୃଷି (ଘର) ବ୍ୟବହାର ପାଇଁ ପରିବର୍ତ୍ତନ କରିବା ଏବଂ ଅଭିଯୋଗକାରୀଙ୍କ ସପକ୍ଷରେ ଅନୁରୂପ ରେକର୍ଡ ଅଫ୍ ରାଇଟ୍ସ (ଆରଓଆର) ଜାରି କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ।