ଭଦ୍ରକ,(ଡ଼ି.ଏଚ ବ୍ୟୁରୋ):-ଡିଜେ ହେଲା କାଳ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନୂଆନନ୍ଦ ପଞ୍ଚାୟତରେ କଣ୍ଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଚାଲିଥିବା ବେଳେ ଡିଜେ ଗାଡି ସହ ୧୧ କେଭି ବିଦ୍ୟୁତ୍ ତାର ଲାଗିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି । ସେପଟେ ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।