ଖଲ୍ଲିକୋଟ,୧୩/୪(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଲଙ୍ଗଳେଶ୍ଵର ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ବାଲୁଙ୍କେଶ୍ଵର ନାମକ ଯାତ୍ରୀବାହୀ ବସ୍। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ଥିବାବେଳେ ଉକ୍ତ ଯାତ୍ରୀବାହୀ ବସ୍ ଟି ଭୁବନେଶ୍ଵରରୁ ଆସିକା ଯାଉଥିଲା । ଏବଂ ଦୁର୍ଘଟଣା ପରେ ଡ୍ରାଇଭର , କଣ୍ଡକ୍ଟର ଏବଂ ହେଲପର ବସ୍ ଛାଡି ଫେରାର୍ ହୋଇଯାଇ ଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।