ବ୍ରହ୍ମପୁର,୧୨/୩( ଡ଼ି.ଏଚ ବ୍ୟୁରୋ):-ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ଏଥିପାଇଁ ଆଜି ସ୍ଥାପନ ହେବ ଶୁଭଖୁଣ୍ଟି । ପରମ୍ପରା ଅନୁଯାୟୀ ସକାଳୁ ବାପା ଦେଶିବେହେରା ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଂଚି ପୂଜାର୍ଚନା କରିଥିଲେ। ଏହା ପରେ ଦେଶିବେହେରାଙ୍କ ଘର ସମ୍ମୁଖରୁ ଡେଙ୍ଗୁରା ବଜାଇ ସହରବାସୀଙ୍କୁ ଅବଗତ କରିଛନ୍ତି ।