କୁକୁଡାଖଣ୍ଡି,୦୯/୩(ଇ.ରଞ୍ଜନ):- ଆନ୍ତର୍ଜାତିକ ମହିଳା ଦିବସ ରେ ମହିଳା ପାଳନ କଲେ ପ୍ରତିବାଦ ଦିବସ ଇସି ସଂଘ ର ସଦସ୍ୟା ମହିଳା ଙ୍କ ଦୁଃଖ ବୁଝୁ ନାହାନ୍ତି ରାଜ୍ୟ ସରକାର। କୁକୁଡ଼ାଖଣ୍ଡି: ଓଡ଼ିଶାର କର୍ମଜୀବୀ ମହିଳାଙ୍କ ବିରୋଧରେ ପ୍ରତିହିଂସା ପରାୟଣ ପଦକ୍ଷେପ କୁ ପଲ୍ଲୀ ରୁ ରାଜଧାନୀ ପର୍ଯ୍ୟନ୍ତ ସାମୂହିକ ପ୍ରତିବାଦ ପାଇଁ ଶନିବାର ଦିନ ଅପରାହ୍ନ ସମୟ ରେ କୁକୁଡ଼ାଖଣ୍ଡି ପଞ୍ଚାୟତ ତ ସମିତି କାର୍ଯ୍ୟାଳୟ ପରିସରରେ ଓଡ଼ିଶାରେ ଏନ୍.ଆର.ଏଲ୍.ଏମ୍ କେନ୍ଦ୍ରୀୟ ସ୍କ୍ରିମ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ୍ ଏବଂ ଓଡ଼ିଶା ମିଶନ ଶକ୍ତି ଅଧିନ ରେ କାର୍ଯ୍ୟରତ ସମସ୍ତ ସ୍କିମ୍ ୱାର୍କ ର କାର୍ଯ୍ୟନିର୍ବାହୀ (ଇସି) ସଦସ୍ୟା ବିକ୍ଷୋଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଟି ଓଡ଼ିଶା ଜୀବିକା ମିଶନ୍ ଏବଂ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ର ଜିଲ୍ଲାସ୍ତରୀୟ ସଦସ୍ୟା ଶୈଳବାଳା ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ କୁକୁଡାଖଣ୍ଡି ବି.ଏଲ୍.ଏଫ୍ ସଭାପତି ସାଗରିକା ବେହେରା ଙ୍କ ନେତୃତ୍ବରେ ବହୁ ଓଡ଼ିଶା ଜୀବିକା ସଂଘ ର ମହିଳା ଏକାଠି ହୋଇ ବିକ୍ଷୋଭ କରି ଆସିଥିଲେ। ଆନ୍ତର୍ଜାତିକ ମହିଳା ଦିବସ ରେ ମହିଳା ଙ୍କ ମନରେ ଖୁସି ନ ଆଣି ଦୁଃଖ ଆଣିଛନ୍ତି ରାଜ୍ୟ ସରକାର।ପୁନଃ ଗଠନ ନାମରେ ବହିଷ୍କାର ପ୍ରତିହିଂସା ପରାୟଣ ପଦକ୍ଷେପ ପ୍ରତ୍ୟାହାର କରି ନିୟମିତ ସ୍କ୍ରିମ୍ ୱାର୍କର ମାନ୍ୟତା ପ୍ରଦାନ କରାଯିବା ଦାବି ସହ ଓଡ଼ିଆ ଅସ୍ମିତା ଓ ରାଜ୍ୟର ଜୀବିକା ସୁଭଦ୍ରା ଙ୍କ ନାମ ନେଇ ରାଜ୍ୟ ମିଶନ୍ ଓ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କର୍ମଜୀବି ମହିଳା କାର୍ଯ୍ୟନିର୍ବାହୀ (ଇସି) ସଦସ୍ୟଙ୍କ ବିରୋଧରେ ପ୍ରତିହିଂସାମୂଳକ ପଦକ୍ଷେପ ବନ୍ଦ, ଆଇସିଡ଼ିଏସ୍ର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା, ମଧ୍ୟାହ୍ନ ଭୋଜନର ର ପାଚିକା ଓ ସହାୟିକ ୟିକା, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର ଆଶାକର୍ମୀମାନେ ସଂପୃକ୍ତ ପରିସର ଅଞ୍ଚଳର ମହିଳା ସମୁଦାୟଙ୍କ ଦ୍ୱାରା ଚୟନ ପ୍ରକ୍ରିୟାରେ ମନୋନିତ ହୋଇ ନିୟମିତ କାର୍ଯ୍ୟରେ ଥିବାବେଳେ କେନ୍ଦ୍ରୀୟ ସ୍କ୍ରିମ୍ ଏନ୍ଆରଏଲ୍ ଏମ୍ ଅଧୀନସ୍ଥ ଓଡ଼ିଶା ଜୀବିକା ମିଶନ ଏବଂ ଓଡ଼ିଶା ମିଶନ ଶକ୍ତିର ସ୍ଵୟଂସହାୟକ I ଗୋଷ୍ଠୀ ଗଠନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ଗୋଷ୍ଠୀଗତ ସଞ୍ଚୟ ଜମାଖାତା, ବ୍ୟକ୍ତିଗତ ସଞ୍ଚୟ ଜମାଖାତା ଖୋଲାଇବା, ଜୀବିକାର୍ଜନ ପାଇଁ ବିଭିନ୍ନ ପ୍ରକାର ହସ୍ତଶିଳ୍ପ, କୁଟୀଶିଳ୍ପ, କୃଷି, ମତ୍ସ୍ୟଋଷ,ପଶୁ ପାଳନ, ସିଲେଇ, ପୋଷାକ ତିଆରି ଇତ୍ୟାଦି କାର୍ଯ୍ୟ ନିୟୋଜିତ ବ୍ୟାଙ୍କ ସହ ସଂଯୋଗ କରାଯାଇ ଆବଶ୍ୟକୀୟ ଋଣ ସହାୟତା ପ୍ରଦାନ, ବିନିଯୋଗ ର ନିୟମିତ ତଦାରଖ, ପରିଶୋଧ ପାଇଁ ସଚେତନତା ଭଳି ପ୍ରମୁଖ କାର୍ଯ୍ୟ କରିଆସିଥିବା ଏହି କାର୍ଯ୍ୟନିର୍ବାହୀ (ଇସି) ସଦସ୍ୟଙ୍କୁ ସିବିଓର ତଥା କଥିତ ନିର୍ବାଚିତ ପ୍ରତିନିଧି ବୋଲି ଆଖ୍ୟା ଦେଇ ପୁନର୍ଗଠନ ଆଳ ରେ ବହିଷ୍କାର ର ଷଡ଼ଯନ୍ତ୍ର ଉଦ୍ଦେଶ୍ୟ ପ୍ରଣୋଦିତ । ଏହି ଜୀବିକା ମିଶନ ଇସି ସ୍କିମ୍ ୱାର୍କର ମାନଙ୍କ କାର୍ଯ୍ୟ ଦକ୍ଷତା ଯୋଗୁଁ ସରକାର ପ୍ରଥମେ ସିଟିଙ୍ଗ ଆଲାୱେନ୍ସ, ପରେ ଧାର୍ଯ୍ୟଗସ୍ତ ଭତ୍ତା ପ୍ରଦାନ କରିଥିଲେ । ତେଣୁ ଏମାନଙ୍କୁ ବାହାର ନକରି ଅଙ୍ଗନୱାଡ଼ି, ପାଚିକା ଓ ଆଶାକର୍ମୀ ଭଳି ଉପରୋକ୍ତ ନିୟମିତ କାର୍ଯ୍ୟରେ କରାଯିବା ଦରକାର ବୋଲି ରାଜ୍ୟ ସରକାର ଙ୍କୁ ଚେତା ବନେଇଛନ୍ତି ଶ୍ରୀମତୀ ରଥ। ସିବିଓ ବା କମ୍ୟୁନିଟ୍ ବେସଡ଼ ଅର୍ଗାନାଇଜେସନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କିଏ ସଭାପତି ବା ସମ୍ପାଦକ ହେବେ, ତାହା ସଂପୃକ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିର୍ଣ୍ଣୟ କରିବ। ଏହି କାମ ରାଜ୍ୟ ସରକାର ଙ୍କ କାମ ନୁହେଁ ବୋଲି ଶ୍ରୀମତୀ ବେହେରା କହିଛନ୍ତି। ମାତ୍ର ଏନ୍.ଆର.ଏଲ୍.ଏମ୍ ର ମୁଖ୍ୟ କାର୍ଯ୍ୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ, ମହିଳା ସ୍ଵୟଂସହାୟକ ଗୋଷ୍ଠୀର ଗୋଷ୍ଠୀଗତ ସଞ୍ଚୟ ଜମା ବୃଦ୍ଧି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କ ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସଞ୍ଚୟ ଜମା ରଖୁବା, ଗୋଷ୍ଠୀଗତ ଜୀବିକା ଅର୍ଜନ ଓ ବ୍ୟକ୍ତିଗତ ଜୀବିକା ଅର୍ଜନ ପାଇଁ ବ୍ୟାଙ୍କ ସହ ସଂଯୋଗ କରି ଋଣ ସହାୟତା ପ୍ରଦାନ, ଯେଉଁ ବ୍ୟବସାୟ, ୟ, ବା ବାଣିଜ୍ୟ, ହସ୍ତଶିଳ୍ପ, କୁଟୀର ଶିଳ୍ପ, କୃଷି, ପଶୁ ଓ ପକ୍ଷୀ ପାଳନ ଭଳି ଉଦ୍ଦିଷ୍ଟ କାର୍ଯ୍ୟରେ ବିନିଯୋଗର ନିୟମିତ ତଦାରଖ କରିବା, ଋଣ ପରିଶୋଧ ପାଇଁ ହୀତାଧିକାରୀ ପ୍ରବର୍ଭାଇ ଋଣ ପରିଶୋଧ କାର୍ଯ୍ୟ କରାଇବାର ମୁଖ୍ୟ କାର୍ଯ୍ୟ ଇସି ସଦସ୍ୟମାନେ କରୁଥିବାରୁ ଏମାନେ ଏହି ସ୍କିମର ମୁଖ୍ୟ ସ୍କିମ୍ ୱାର୍କର। ଏମାନେ ସିବିଓର ହୀତାଧିକାରୀ ନୁହଁନ୍ତି।ସିବିଓର କାର୍ଯ୍ୟ କରୁଥିବା ସ୍କିମ୍ ୱାର୍କର । ପୁନର୍ଗଠନ ନାମରେ ଏହି କାର୍ଯ୍ୟନିର୍ବାହୀ (ଇସି) ସଦସ୍ୟଙ୍କୁ ବହିଷ୍କାର ପରିବର୍ତ୍ତେ ନିୟମିତ କରାଇ ତାଙ୍କ ଦକ୍ଷତାକୁ ହୀତାଧିକାରୀ ଉତ୍ତରୋତ୍ତର କ୍ରମ ବିକାଶକୁ ତ୍ୱରାନ୍ବିତ କରାଯାଉ । ରାଜ୍ୟ ସରକାର ଏହି ଦାବି ପୂରଣ ନ କଲେ ଏସ୍.ଏଚ୍.ଜି କୁ ଏଣ୍ଟରପ୍ରେନି ୟୋରରେ ପରିଣତ କରିଥିବା ଇସି ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ଓ ସଂପାଦକ ମାନେ ପଲ୍ଲୀରୁ ରାଜଧାନୀ ପର୍ଯ୍ୟନ୍ତ ମହିଳା ସଂଘର୍ଷର ସଂଘର୍ଷ ଜାରି ବୋଲି ଶ୍ରୀମତୀ ରଥ ଙ୍କ ସୂଚନା। ଏହି କାର୍ଯ୍ୟକ୍ରମରେ ମହିଳା ସ୍ଵୟଂ ସହାୟକ ଗୋ ଗୋଷ୍ଠୀର ଅଳକ ଦଳେଇ, ଦ୍ରୋପଦୀ, ଗୀତା ଗୌଡ଼, ସଂଯୁକ୍ତା ମହାନ୍ତି, ପୁଷ୍ପାଞ୍ଜଳି ରେଡ୍ଡୀ, ବବିତା ବେହେରା ସହ ବହୁ ମହିଳା କର୍ମଚାରୀ ଉପସ୍ଥିତ ରହି ବିକ୍ଷୋଭ କରି ଆସିଥିଲେ।