ନୂଆଦିଲ୍ଲୀ,୧୬/୨(ଡ଼ି.ଏଚ୍ ବ୍ୟୁରୋ):-ନୂଆଦିଲ୍ଲୀ ରେଳଷ୍ଟେସନରେ ମହାକୁମ୍ଭ ଯାତ୍ରୀଙ୍କ ଭିଡ ଯୋଗୁଁ ଦଳାଚକଟା । ରେଳଷ୍ଟେସନରେ ଅସମ୍ଭାଳ ଭିଡ ଜନିତ ଠେଲାପେଲାରେ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଏବଂ ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଏବଂ ୧୪ ଜଣ ମହିଳା ଥିବା ସୂଚନା । ସେପଟେ ରେଳ ବିଭାଗ ମୃତକଙ୍କ ପରିବାରକୁ ୧୦ ଲକ୍ଷ ,ଗୁରୁତରଙ୍କ ପାଇଁ ୨.୫ ଲକ୍ଷ ଏବଂ ଆହତଙ୍କୁ ୧ ଲକ୍ଷ ଆର୍ଥିକ ଅନୁକମ୍ପାମୂଳକ ରାଶି ଘୋଷଣା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।