ଖଲ୍ଲିକୋଟ,୨୦/୨(ଡ଼ି.ଏଚ୍ ବ୍ୟୁରୋ):-ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠିି ଗାଁରେ ଘର ଭିତରୁ ନବବଧୂର ମୃତଦେହ ଉଦ୍ଧାର । ନବ ବଧୂର ବେକରେ ରକ୍ତ ଲାଗି ଥିବାରୁ ବାପଘର ଲୋକେ ହତ୍ୟା ଅଭିଯୋଗ କରି ନ୍ୟାୟ ଦାବିରେ ଘର ଆଗରେ ଧାରଣା ଦେଇଛନ୍ତି। ସେପଟେ ଶ୍ୱଶୁର ଘର ଲୋକେ ଫେରାର ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।