କୋରାପୁଟ,୦୨/୨(ଡି.ଏଚ୍.ବ୍ୟୁରୋ):-କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଭାରସାମ୍ୟ ହରାଇ ବୁଡ଼ିଲl ଡଙ୍ଗା । ଫଳରେ ଡଙ୍ଗାରେ ଥିବା ୩ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ କୂଳକୁ ଫେରିଆସିଥିବାବେଳେ ଅନ୍ୟ ଦୁଇଜଣ ଛାତ୍ର ନିଖୋଜ । ସେମାନେ ହେଲେ ଜଲାପୁଟ ଗାଁର ଶିବ ହନ୍ତାଳ, ଅମିତ ହନ୍ତାଳ, ଗୌତମ ଖେମୁଣ୍ଡୁ l ଏବଂ ସେମାନେ ଜଲାପୁଟ ଜଳଭଣ୍ଡାର ବୁଲିବାକୁ ଯାଇଥିଲେ। ସେପଟେ ଘଟଣାସ୍ଥଳରେ ନନ୍ଦପୁର ପୋଲିସ, ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।