କୁକୁଡାଖଣ୍ଡି ବ୍ଲକର ଧାନମଣ୍ଡି ଖୋଲିବା ପରେ ଚାଷୀମାନେ ମିଲର ନିକଟକୁ ଯାଇ ହଟହଟ୍ଟl।

5
ADVERTISEMENT

କୁକୁଡାଖଣ୍ଡି,୧୯/୧(ଇ ରଞ୍ଜନ):-କୁକୁଡାଖଣ୍ଡି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ରେ ଚାଷୀ ଓ ମିଲର ମଧ୍ୟରେ ଚାଲିଛି ତର୍କବିତର୍କ l ଚଳିତବର୍ଷ ବର୍ଷ ଅଧିନିଆ ବର୍ଷା ଯୋଗୁ ଚାଷୀମାନେ ନଷ୍ଟ ହୋଇଥିବା ଧାନ କୁ ନେଇ ଚିନ୍ତା ଘାରିଥିବା ବେଳେ ଘମୀ ଯାଇଥିବା ଧାନର ଠାରୁ କୁଇଣ୍ଟାଲ ପିଛ ୬ କେଜି କଟା ଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ୮ଦଫା ଦାବି ସମ୍ବଳିତ ଅଭିଯୋଗ ପତ୍ର କୁକୁଡାଖଣ୍ଡି ବିଡ଼ିଓ ଏବଂ ତହସିଲଦାର ସପନ କୁମାର ସାହୁ ଙ୍କୁ ପ୍ରଦାନ କରାଯାଇଛି। ଅଭିଯୋଗ ଅନୁସାୟୀ ଚଳିତବର୍ଷ ଭଲ ଧାନ ହୋଇଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ଏହି ବର୍ଷ କ୍ଷତି ଘଟାଇଛି। ଧାନର ମାନ ଭଲ ନଥିବାରୁ ସରକାର ଏବଂ ସ୍ଥାନୀୟ ବିଧାୟକ ଅଞ୍ଚଳ ପରିଦର୍ଶନ କରି ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ ମଧ୍ୟ ମିଲର ମଣ୍ଡି ବ୍ୟବସ୍ଥା କୁ ପ୍ରଶାସନ ପକ୍ଷରୁ ହାଲକା ଭାବେ ନେଉଥିବାରୁ ମିଲର ମାନେ ଚାଷୀଙ୍କ ବିଭିନ୍ନ ଆଳଦେଖାଇ କଟ୍‌ନି ଛଟ୍‌ନି କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇ ଚାଷୀଙ୍କୁ ଧାନ ନେଉନଥିବାରୁ ଚାଷୀ ମିଲ ଠାରୁ ଧାନ ଫେରସ୍ତ ଆଣିବା କୁ ପଡୁଛି ବୋଲି ସ୍ଥାନୀୟ ଚାଷୀ ମାନେ ବିଡ଼ିଓ ଓ ତହସିଲଦାର ଙ୍କୁ ଦାବି କରିଥିଲେ l

ଯୋଗାଣ ଅଧିକାରୀ ସୁଧାକର ମଲ୍ଲିକ ଚାଷୀଙ୍କୁ ସିଧା ସିଧା ମଣ୍ଡି ରେ ଧାନ ଦେବା କୁ ପରାମର୍ଶ ଦେଉଥିବା ବେଳେ କେତେକ ମଣ୍ଡି ରେ ଆବଶ୍ୟକ ସ୍ଥାନ ଅଭାବ ରୁ ଚାଷୀ ଧାନ କେଉଁଠି ରଖିବେ ବୋଲି ଦାବି କରିଛନ୍ତି l ଚାଷୀ ଯେଉଁ ପଞ୍ଜିକୃତ ଚାଷୀମାନଙ୍କୁ ଜମି ଅନୁପାତରେ ଟୋକେନ୍ ପ୍ରଦାନ କରାଯାଉ, ପ୍ରତ୍ୟେକ ପଞ୍ଚାୟତରେ ମଣ୍ଡି ଖୋଲାଯାଉ, ସପ୍ତାହରେ ୬ଦିନ ଧାନ କ୍ରୟକରାଯାଉ, ଭାଗ ଚାଷୀଠାରୁ ଧାନକ୍ରୟ କରିବା ପାଇଁ ପ୍ରକ୍ରିୟାକୁ ସରଳୀକରଣ କରାଯାଉ, ଅଦିନିଆ ବର୍ଷା ହୋଇଥିବା କ୍ଷୟକ୍ଷତି ଯୁଦ୍ଧକାଳୀନ ଭିଭିରେ ଆକଳନ କରାଯାଇ କ୍ଷତି ପୂରଣ ପାଇଁ ଦାବି ହୋଇଛି l

Advertisement