ବିକାଶପୁର ନୂତନ ରାସ୍ତା ନିମ୍ନମାନ ଯୋଗୁଁ ରାସ୍ତାରେ ଉଠୁଛି ପିଚୁ, ବିଭାଗ ପକ୍ଷରୁ ତଦନ୍ତ ଦାବି l

11
ADVERTISEMENT

କୁକୁଡାଖଣ୍ଡି,୧୮/୧(ଡି.ଏଚ୍.ବ୍ୟୁରୋ):- ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତ ଠାରୁ ରାସ୍ତା ମହୁଡା ବିକାଶପୁର ରlମଗୁଡ଼ା ରାସ୍ତା କିଛି ଅତି ନିକଟରେ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ ସେଥିରୁ ପିଚୁ ଉଠୁଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟାତ କରୁଥିବା ବେଳେ ଦୁଇଗୋଟି ପଞ୍ଚାୟତର ପ୍ରାୟ ପନ୍ଦର ଗ୍ରାମର ଅଧିବାସୀ ଏହି ରାସ୍ତା ଉପରେ ସମ୍ପୂର୍ଣ ନିର୍ଭରଶୀଳ। ପୁଣି ଅତି ନିକଟରେ ରାମଗୁଡା ଭଳି ପର୍ଯ୍ୟଟନସ୍ଥଳୀ। ଯାହା ବର୍ତ୍ତମାନ ସୁଦ୍ଧା ଲୋକଲୋଚନକୁ ଆସି ନ ଥିଲେ ମଧ୍ୟ ଏହାର ପ୍ରାକୃତିକ ସୋଉନ୍ଦର୍ଯ୍ୟରେ ବିମୋହିତ ହୋଇ ଦୈନନ୍ଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଗଞ୍ଜାମ ଜିଲ୍ଲାରୁ ଏଠାକୁ ଆସିଥାନ୍ତି। ଆଉ ଏଭଳି ସ୍ଥଳେ ଏ ରାସ୍ତାଟି ମୁଖ୍ୟ ରାସ୍ତା ପାଲଟି ଥିବା ବେଳେ ନିର୍ମାଣର ପାଞ୍ଚ ଛଅ ମାସ ନ ପୁରୁଣୁ ରାସ୍ତାରୁ ଉଠୁଛି ପିଚୁ ସହ ମେଟlଲ। ଏବେ ଦେଖନ୍ତୁ ରାସ୍ତା ଉପରେ କେତେ ପତଳା ଭାବେ ପିଚୁ ପଡ଼ିଛି ଓ କିଭଳି ହାତ ଦେଲା ମାତ୍ରେ ପିଚୁ ଉଠିଯାଇ ତଳେ ପୂର୍ବରୁ ଥିବା ପୁରୁଣା ପିଚୁ ଦୃଶ୍ୟମାନ ହେଉଛି। ଜନସାଧାରଣଙ୍କ ସ୍ୱାର୍ଥକୁ ଭୁଲିଯାଇ ଆବଶ୍ୟକ ଅନୁଯାୟୀ ପିଚୁ ପଡ଼ି ନାହିଁ, ବରଂ ଯେତେ କମରେ ହୋଇ ପାରିବ ସେହି ଅନୁସାରେ ପିଚୁ ପକାଯାଇଛି। ଯାହାର ଫଳ ସ୍ୱରୂପ ପାଦରେ ଚାଲି ଗଲାବେଳେ ବି ପିଚୁ ବାହାରି ଯାଉଥିବା ବେଳେ ସମସ୍ତ ହାଲୁକା ଓ ଭାରିଯାନ ଯିବ କିପରି ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସହ ପ୍ରଶାସନର ଭୂମିକାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଉପୁଜିଛି ସନ୍ଦେହର ବାତାବରଣ। ସ୍ୱଳ୍ପ ସମୟରେ ରାସ୍ତାର ଏହିଭଳି ଅବସ୍ଥlକୁ ନେଇ ଏବେ କୁହୁଳି ବାରେ ଲାଗିଛି ଜନ ଅସନ୍ତୋଷ। ଆଉ ମାତ୍ର କେଇଟା ଦିନ ପରେ ରାସ୍ତାସାରା ପିଚୁ ବାହାରିଯିବ ଏବଂ ଗୋଡ଼ି ଏଣେ ତେଣେ ବିଛେଇ ହୋଇ ପଡ଼ି ରହିବା ସହ ଜାଗାରେ ଜାଗାରେ ଖାଲଖମା ସୃଷ୍ଟି ହେବ। ଯାହାଦ୍ଵାରା ବହୁ ସଂଖ୍ୟାରେ ଗlଡିମୋଟର ଗୁଡିକ ସ୍ଲିପ ହୋଇ ଦୁର୍ଘଟଣା ଗସ୍ତ ହେବା ସହ ଯାତାୟତରେ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେବ। ସରକାର ଆଦିବାସି ଅଧ୍ୟୁଷିତ ଅଞ୍ଚଳର ବିକାଶ ଓ ଉନ୍ନତଦାୟକ ଜୀବନଯାପନ ନିମନ୍ତେ ଯୋଜନ ଉପରେ ଯୋଜନା ଆଣି କୋଟି କୋଟି ତାଙ୍କ ଖର୍ଚ୍ଚ କରୁଥିବା ବେଳେ ଏହିଭଳି ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ(ଆର.ଡି)ର କାର୍ଯ୍ୟ ନିମ୍ନ ମାନର ରାସ୍ତା ଧର୍ମକୁ ଆଖିଠାର ନୁହେଁ ତ ଆଉ କଣ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ତେଣୁ ଯଥାଶୀଘ୍ର ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗୀୟ ଅଧିକାରୀ ରlସ୍ତlକlମର ତଦାରଖ କରି ଏକ ଉନ୍ନତ ମାନର ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଅନ୍ତୁ, ନଚେତ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି ସମସ୍ତ ଅଞ୍ଚଳବାସୀ

Advertisement