ଭୁବନେଶ୍ୱର,୧୦/୧(ଡି.ଏଚ୍.ବ୍ୟୁରୋ):-ଆନ୍ଧ୍ରପ୍ରଦେଶ ତେଲେଙ୍ଗାନାର ସୂର୍ଯ୍ୟାପେଟ ନିକଟରେ ଠିଆ ହୋଇଥିବା ଟ୍ରକର ପଛପଟୁ ପିଟିଲା ଗୁପ୍ତା ଟ୍ରାଭେଲସ ନାମକ ଘରୋଇ ବସ । ଘଟଣାସ୍ଥଳରେ ଡ୍ରାଇଭର ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କିଛି ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଏବଂ ଉକ୍ତ ବସଟି ଓଡିଶାର ନୂଆପଡା ଜିଲ୍ଲା ସିନାପାଲିରୁ ୩୨ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଯାଉଥିଲା ।