ଆନ୍ଧ୍ରପ୍ରଦେଶ,୦୯/୧(ଡି.ଏଚ୍.ବ୍ୟୁରୋ):-ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ବୁଧବାର ସନ୍ଧ୍ୟାରେ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହୋଇ ୬ଜଣଙ୍କର ମୃତ୍ୟୁ । ଏବଂ ୨୫ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବୈକୁଣ୍ଠ ଏକାଦଶୀ ନିମନ୍ତେ ତିରୁପତି ମନ୍ଦିରରେ ଭଗବାନ ଭେଙ୍କଟେଶ୍ବର ସ୍ବାମୀଙ୍କ ସ୍ବତନ୍ତ୍ର ବୈକୁଣ୍ଠ ଦ୍ବାର ଦର୍ଶନ ଲାଗି ଟୋକନ ନେବା ପାଇଁ ଏହି ଦଳାଚକଟା ହୋଇଥିଲା। ଏବଂ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।