ନୂଆଦିଲ୍ଲୀ,୦୪/୧(ଡି.ଏଚ୍.ବ୍ୟୁରୋ):-ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ କୁହୁଡ଼ି ଯୋଗୁଁ ବିମାନ ଏବଂ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଘନ କୁହୁଡ଼ି ଦିଲ୍ଲୀ ସମେତ ଏକାଧିକ ରାଜ୍ୟକୁ ଘେରି ରହିଥିବା ବେଳେ ଥଣ୍ଡା ତରଙ୍ଗ ମଧ୍ୟରେ ଦୃଶ୍ୟମାନତା ହ୍ରାସ ପାଇଛି। ଏବଂ ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ ଓ ଟ୍ରେନ୍ ସେବାକୁ ବାତିଲ କରାଯାଇଛି।